ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିଦ,୨ ଆହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ଥାନା ଅଂଚଳରେ ସୋମବାର ସକାଳେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିଦ ହୋଇଥିବା ବେଳେ ୨ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି...

Additional Superintendent of Police martyred, 2 injured in Naxal landmine explosion

Additional Superintendent of Police martyred, 2 injured in Naxal landmine explosion Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କୋଣ୍ଟା ଥାନା ଅଂଚଳରେ ସୋମବାର ସକାଳେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିଦ ହୋଇଥିବା ବେଳେ ୨ ଜଣ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ କୋଣ୍ଟା ଥାନା ଅଂଚଳ ଠାରୁ ବୁର୍କାପାଲ ରାସ୍ତାରେ ମାତ୍ର ଦୁଇ କିଲୋମିଟର ଦୂରରେ ଗତକାଲି ରାତିରେ ଏକ ପ୍ରୋକଲିନକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିଲେ। ଏହି ଖବର କୋଣ୍ଟା ପୁଲିସ ଖବର ପାଇବା ପରେ ସୁକମା ଜିଲ୍ଲାର ଅତିରିକ୍ତ ଏସପି ପ୍ରକାଶ ରାଓ ଗିରିପୁଞ୍ଜେ ଏକ ଟିମ ନେଇ ସେହି ଅଂଚଳ ଗସ୍ତ କରିଥିଲେ।

ତେବେ ପୂର୍ବରୁ ନକ୍ସଲ ଏଠାକୁ ନିଶ୍ଚିତ ଭାବେ ପୁଲିସ ଅଧିକାରୀ ପହଞ୍ଚିବା କଥା ଜାଣିଥିଲେ ‌ବୋଲି ଅନୁମାନ କରାଯାଉଛି। ତେଣୁ ସେମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ।

ଏଏସପି ପ୍ରକାଶ ରାଓ ସମେତ କୋଣ୍ଟା ଥାନା ଇନଚାର୍ଜ ଏବଂ ଏସଡିପିଓ ପ୍ରୋକଲିନ ନିକଟକୁ ଚାଲି ଚାଲି ଯିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ଏଏସପି ପ୍ରକାଶ ରାଓ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଅଧିକାରୀ ମଧ୍ୟ ଛିଟିକି ପଡିଥିଲେ। ତେବେ ତୁରନ୍ତ ସେମାନଙ୍କୁ ଚିକିତ୍ସା ଲାଗି କୋଣ୍ଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଏଏସପି ପ୍ରକାଶ ରାଓଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଅଧିକାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ସୁଭଦ୍ରା-ଲକ୍ଷପତି ଦିଦି ଯୋଜନାରେ କେନ୍ଦ୍ରାପଡ଼ା ସଫଳତା ହାସଲ କରିଛି:ମୁଖ୍ୟମନ୍ତ୍ରୀ

ତେବେ ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ଏବଂ ବସ୍ତର ଆଇଡି ସୁନ୍ଦରରାଜ ପି ଏହି ଘଟଣାକୁ ନିନ୍ଦା କରିବା ସହ ନକ୍ସଲଙ୍କୁ ଆଉ ଛଡାଯିବ ନାହଁ ବୋଲି ଚେତାବନୀ ଦେଇଥିଲେ। ନକ୍ସଲ ପଛରୁ ହିଁ ଆକ୍ରମଣ କରନ୍ତି ବୋଲି ପୁଲିସ କହିଛି। ସିଧା ଲଢେଇରେ କେବେ ମଧ୍ୟ ନକ୍ସଲ ବିଜୟ ହୋଇପାରିବେ ନାହିଁ।

ଏବେ ନକ୍ସଲ ନିଜର ବଡ଼ ବଡ଼ ନେତାଙ୍କୁ ହରାଇବା ପରେ ଏକତ୍ର ହୋଇପାରୁନାହାନ୍ତି। ଏଭଳି ଘଟଣା ଘଟାଉ ପୁଲିସ ଓ ସରକାରଙ୍କୁ କ’ଣ ଚେତାଇବାକୁ ଚାହୁଁଛନ୍ତି ବୋଲି ସରକାର ପ୍ରଶ୍ନ କରିଛନ୍ତି। ଏହାପରେ କୋଣ୍ଟା ଅଂଚଳରେ ଅପରେସନକୁ ଆହୁରି ଜୋରଦାର କରାଯାଇଛି।

ଅଧିକ ପଢ଼ନ୍ତୁ: ସ୍ବାଗତଯୋଗ୍ୟ, କିନ୍ତୁ କେବେ ମିଳିବ ତଥ୍ୟ ? : ରାହୁଲ ଗାନ୍ଧି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe