ଭିଜିଲାନ୍ସ ହା‌ତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

Advertisment
ଭିଜିଲାନ୍ସ ହା‌ତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଦେଓଗାଁ : ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଦେଓଗାଁ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଦେଓଗାଁ ତହସିଲର ଗାଈବାହାଲ ବାଲିଘାଟ ଲିଜରେ ନେଇଥିବା ସାଗରପାଲି ଗାଁର ବୀରେନ ଦଲାଇ ବାଲି ପରିବହନ ପାଇଁ ଟ୍ରାନ୍‌ଜିଟ୍ ପାସ୍‌ ବୁକ (ୱାଇ ଫର୍ମ) ପାଇଁ ଆବେଦନ କରିଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ଚୌଧୁରୀ ଏଥିପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ। ଫଳରେ ବୀରେନ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ, ଶୁକ୍ରବାର ବୀରେନ ଏହି ଟଙ୍କା ଅତିରିକ୍ତ ତହସିଲାର ଶ୍ରୀ ଚୌଧୁରୀଙ୍କ ଦେଉଥିବାବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନ ଚଢ଼ଉ କରିଥିଲେ। ଅତିରିକ୍ତ ତହସିଲଦାର ଶ୍ରୀ ଚୌଧୁରୀଙ୍କଠାରୁ ୨୦ ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe