ଧରାପଡ଼ିଲେ ଅତିରିକ୍ତ ତହସିଲଦାର, ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ନେଉଥିଲେ ଲାଞ୍ଚ

Advertisment
ଧରାପଡ଼ିଲେ ଅତିରିକ୍ତ ତହସିଲଦାର, ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ନେଉଥିଲେ ଲାଞ୍ଚ

ନୟାଗଡ଼/ଗଣିଆ : ଜବତ ବାଲି ଭର୍ତ୍ତି ହାଇୱା ଛାଡ଼ିବାକୁ ମାଲିକଙ୍କଠାରୁ ଲାଞ୍ଚ ‌‌ନେବା ନୟାଗଡ଼ ଜିଲ୍ଲା ଗଣିଆ ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା (ଓଆର୍‌ଏସ୍)ଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ବାଲିଭର୍ତ୍ତି ହାଇୱାର ସମସ୍ତ କାଗଜପତ୍ର ଠିକ୍‌ ଥିବା, ବାଲି ପରିବହନ ନିମନ୍ତେ ୱାଇ-ଫର୍ମ ଥିବା ସତ୍ତ୍ବେ ଶ୍ରୀ ପରିଡ଼ା ଗାଡ଼ି ମାଲିକଙ୍କଠାରୁ ଲାଞ୍ଚ ନେଇଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଅତିରିକ୍ତ ତହସିଲଦାର ଶ୍ରୀ ପରିଡ଼ା ୧୫ ହଜାର ଟଙ୍କା ଗାଡ଼ିମାଲିକ ଦଶପଲ୍ଲାର ଅଜିତ କୁମାର ପ୍ରଧାନଙ୍କଠାରୁ ଦାବି କରିଥିଲେ। ୧୩ ହଜାର ଟଙ୍କା ନେବାକୁ ଶେଷରେ ରାଜି ହୋଇଥିଲେ। ଗତ ୨୪ ତାରିଖ ଦିନ ଉକ୍ତ ଗାଡ଼ି ଗଣିଆରୁ ବାଲି ନେଇ ‌ଫେରୁଥିବା ବେଳେ, ଅତିରିକ୍ତ ତହସିଲଦାର ଗାଡ଼ି ଅଟକାଇ ଟଙ୍କା ଦାବି କରିଥିଲେ। ନଚେତ୍‌ ଜରିମାନା ଭୟ ଦେଖାଇଥିଲେ। ସଂପୃକ୍ତ ଦିନ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ଅଭି‌ଯୋଗକାରୀ ଶ୍ରୀ ପ୍ରଧାନଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ, ବାକି ୩ ହଜାର ଟଙ୍କା ‌‌ନେଇ ଆଜି ଶ୍ରୀ ପ୍ରଧାନ ତହସିଲଦାରଙ୍କ ଗଣିଆସ୍ଥିତ କ୍ବାର୍ଟର୍ସରେ ଦେଉଥିବା ବେ‌ଳେ, ପୂର୍ବ ‌ଯୋଜନା ମୁତାବକ ଅତିରିକ୍ତ ତହସିଲଦାରଙ୍କୁ ଓଡ଼ିଶା ଭିଜିଲାନ୍‌ସ କାବୁ କରିନେଇଥିଲେ।

ଅଭିଯୋଗକାରୀ ଶ୍ରୀ ପ୍ରଧାନ କହିଛନ୍ତି, ଦିନକୁ ଦିନ ଅତିରିକ୍ତ ତହସିଲଦାରଙ୍କ ଲାଞ୍ଚଖିଆ ପ୍ରବୃତ୍ତି ଅସହ୍ୟ ହୋଇପଡ଼ୁଥିଲା, ଶେଷରେ ବାଧ୍ୟ ହୋଇ ମୁଁ ଭିଜିଲାନ୍‌ସକୁ ଜଣାଇଥିଲି। ଅତିରିକ୍ତ ତହସିଲଦାରଙ୍କଠାରୁ ନଗଦ ୩ ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ଭୁବନେଶ୍ବର ଭିଜିଲାନ୍‌ସ ଥାନ‌ାରେ ମାମଲା ରୁଜୁ ସମେତ ତାଙ୍କୁ ଗିରଫ କରାଯାଇଛି। ଗଣିଆସ୍ଥିତ କ୍ବାର୍ଟର୍ସ ସମେତ ନୟାଗଡ଼ସ୍ଥିତ ଭଡ଼ା ଘର, ନୟାଗଡ଼ ବ୍ଲକ୍‌ କାଳିକାପ୍ରସାଦ ପଞ୍ଚାୟତ ନାଗମୁଣ୍ଡୁଳିସ୍ଥିତ ଗ୍ରାମ ଘରେ ଭିଜିଲାନ୍‌ସ ଚଢ଼ଉ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe