ଖାଉଟି ଅଦାଲତ ଦ୍ୱାରା ଅତିରିକ୍ତ ତହସିଲଦାର, ରାଜସ୍ୱ ଅଧିକାରୀ ଦଣ୍ଡିତ

Advertisment
ଖାଉଟି ଅଦାଲତ ଦ୍ୱାରା ଅତିରିକ୍ତ ତହସିଲଦାର, ରାଜସ୍ୱ ଅଧିକାରୀ ଦଣ୍ଡିତ
ଭଦ୍ରକ: ଭଦ୍ରକ ଖାଉଟି ଅଦାଲତ ବୁଧବାର ଦିନ ବନ୍ତ ଅତିରିକ୍ତ ତହସିଲଦାର ଓ ଛାୟାଳସିଂ ରାଜସ୍ୱ ଅଧିକାରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା ୨୦୦୦ ଟଙ୍କା ମାମଲାରେ ଖର୍ଚ୍ଚ ବାବାଦ ଆବେଦନ କାରିଙ୍କୁ ଏକ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିବରଣୀ ଅନୁଯାୟୀ ବନ୍ତ ବେଗଣ ଗ୍ରାମର ଆଇନଜୀବୀ ବିଶ୍ୱନାଥ ସାହୁ ନିଜର ପିତା ଚିନ୍ତା ମଣି ସାହୁ ଓ ମାତା ଅମ୍ବିକା ସାହୁଙ୍କ ଦେହାନ୍ତ ପରେ ଉତ୍ତରାଧିକାରୀ ଭାବରେ ନିଜ ମାତାଙ୍କ ନାମରେ ଥିବା ମୌଜା -ବେଗନା, ଖାତା ନଂ- ୫୬କୁ ୱାରସ ସଂଶୋଧନ କରି ନିଜ ନାମରେ ରେକର୍ଡ କରିବା ପାଇଁ ଅନଲାଇନ ଜରିଆରେ ଗତବର୍ଷ ମାର୍ଚ୍ଚ ୨୧ ତାରିଖରେ ବନ୍ତ ତହସିଲରେ ଆବେଦନ କରିଥିଲେ, ଯାହାକି ନାମଜାରୀ ମୋକଦ୍ଦମା ନଂ- ୫୦୮/୨୩ ହୋଇଥିଲା। ଏହି ମାମଲାରେ ବନ୍ତ ତହସିଲଦାର ଛାୟାଳସିଂ ରାଜସ୍ବ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେବାରୁ ସେ ନିଜର ତଦନ୍ତ ରିପୋର୍ଟରେ ଦର୍ଶାଇ ଥିଲେ ଯେ ବିଶ୍ଵନାଥ ଚିନ୍ତାମଣିଙ୍କର ଧରମ ପୁତ୍ର। ତଙ୍କର ଜନ୍ମିତ ବାପା ଧରଣୀଧର ସାହୁ।
ଏହା ପୂର୍ବରୁ ଶ୍ରୀ ସାହୁ ନିଜର ପ୍ରକୃତ ପିତା ଚିନ୍ତାମଣି ଦର୍ଶାଇ ନିଜର ଆଧାରକାର୍ଡ, ଭୋଟ ପରିଚୟ ପତ୍ର ଇତ୍ୟାଦି ଅନେକ ସରକାରୀ କାଗଜ ପତ୍ର ଆଧାରରେ ଗତ ୨୦୧୮ ମସିହା ମାର୍ଚ୍ଚ ୧୪ରେ ରାଜସ୍ବ ଅଧିକାରୀ ଏକ ରିପୋର୍ଟ ଦେଇଥିଲେ ଯେଉଁ ଥିରେ ଦର୍ଶାଇ ଥିଲେ, ଯେ ଆବେଦନକାରି ଚିନ୍ତାମଣୀଙ୍କର ପୁତ୍ର। ସେତେବେଳେ ଆବେଦନକୁ ତହସିଲଦାର ମଞ୍ଜୁର କରିଥିଲେ ବି ଏବେ ରାଜସ୍ୱ ଅଧିକାରୀଙ୍କ ରିପୋର୍ଟ ବଳରେ ନାମଜାରୀ କେସକୁ ଖାରଜ କରି ଦେଇଥିଲେ। ଏହି ଆଦେଶକୁ ସରକାରୀ କର୍ମଚାରୀଙ୍କର ମନମୁଖୀ, ଅନ୍ୟାୟ, ବେପରୁଆ ଦର୍ଶାଇ ଶ୍ରୀ ସାହୁ ଭଦ୍ରକ ଖାଉଟି ବିବାଦ ସମାଧାନ ମଞ୍ଚରେ ଆବେଦନ କରିଥିଲେ.।  ସେ ସମୟରେ ଅତିରିକ୍ତ ତହସିଲଦାର ବିନୀତାରଣି କିସ୍କୋ, ଏବେ ମୟୁରଭଞ୍ଜ ବଡ଼ସାହି ତହସିଲଦାର ଓ ଏବେ ଛାୟାଳସିଂ ରାଜସ୍ୱ ଅଧିକାରୀ ଗୁରୁବାରୀ ହେମ୍ବ୍ରମ ସେତେବେଳେ ମଧ୍ୟ କାର୍ଯ୍ୟ କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe