ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ଭେଟିଲେ ଏଡିଜି

ସ୍ଥିତି ପରଖିଲେ, ଏଣିକି ସମସ୍ତ ସହିଦ ପରିଵାରକୁ ଭେଟିଵ ଟିମ୍

ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ଭେଟିଲେ ଏଡିଜି

ସୁନ୍ଦରଗଡ : ଏଣିକି ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ଭେଟିବ ଜିଲ୍ଲା ବରିଷ୍ଠ ପୁଲିସ ଟିମ୍। ଘରକୁ ଯାଇ ପରିବାରରସ୍ଥିତି ପରଖିଵେ। ପରିବାରର ମନୋବଳ ବଢାଇବା ସହ ପୁଲିସ ସେମାନଙ୍କ ପରିବାର ସହ ଅଛି ବୋଲି ଆଶ୍ୱାସନା ଦେବେ। ସୁନ୍ଦରଗଡ ପୁଲିସ ଜିଲ୍ଲାରେ ଆଜି ଏହି ଅଭିନବ ଅଭିଯାନ ଆରମ୍ଭ ହୋଇଛି।

publive-image

ଆଜି ଏଡିଜି ଲଳିତ ଦାସ, ଏସପି ସାଗରିକା ନାଥ, ଏଏସପି ରବିନାରାୟଣ ଵାରିକ, ସଦର ଏସଡିପିଓ ମଧୁସିକ୍ତା ମିଶ୍ର ପ୍ରମୁଖ ସହିଦ ପୁଲିସ କର୍ମଚାରୀ ଲକ୍ଷ୍ମଣ କିସାନଙ୍କ ପରିବାରକୁ ଭେଟି ସେମାନଙ୍କ ଧୈର୍ଯ୍ୟକୁ ସମ୍ମାନ ଜଣାଇଵା ସହ ସ୍ଥିତି ସମ୍ପର୍କରେ ପଚାରି ଵୁଝିଥିଲେ। ସହିଦ କିସାନ ରାଉରକେଲା ନକ୍ସଲ ମୁକାଵିଲା ଗ୍ରୁପରେ ସାମିଲ ହୋଇ ଗତ ୨୦୧୦ ଡିସେମ୍ବର ୮ରେ ସହିଦ ହୋଇଥିଲେ। ଝାରଵେଡା ଜଙ୍ଗଲରେ ନକ୍ସଲ ସହ ଗୁଳି ବିନିମୟ ଵେଳେ ନକ୍ସଲଙ୍କ ଗୁଳିରେ ସେ ଟଳି ପଡିଥିଲେ। ଦେଶ ପାଇଁ ତାଙ୍କ ପ୍ରାଣବଳୀକୁ ଦେଶ ଓ ପୁଲିସ ଟିମ ସବୁବେଳେ ଗର୍ଵର ସହ ମନେ ପକାଇବ ବୋଲି କହିଥିଲେ ଏଡିଜି।

publive-image

ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ସହିଦଙ୍କ ଫଟୋଚିତ୍ର ଓ ଆସନ୍ତା ସପ୍ତାହକ ମଧ୍ୟରେ ଗାଁ ସ୍କୁଲ (ଯେଉଁଠି ସେ ସ୍କୁଲ ପାଠ ପଢିଥିଲେ) ପରିସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିଯିବ ବୋଲି ପ୍ରକାଶ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ପୁଲିସ ଟିମ ଏପରି ସମସ୍ତ ସହିଦଙ୍କ ପରିଵାରକୁ ଭେଟିଵାର କାର୍ଯ୍ୟକ୍ରମ ରହିଛି। ଏହା ସହିଦଙ୍କ ପରିବାରର ମନୋଵଳ ବଢାଇବ ବୋଲି ଏସପି ସାଗରିକା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe