ଘରୋଇ ହସ୍ପିଟାଲକୁ ସତର୍କ କରାଇଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି, ଚିକିତ୍ସା ନାଁରେ ଲୁଟିଲେ କାର୍ଯ୍ୟାନୁଷ୍ଠାନ

Advertisment
ଘରୋଇ ହସ୍ପିଟାଲକୁ ସତର୍କ କରାଇଲେ କ୍ରାଇମ୍‌ବ୍ରାଞ୍ଚ ଏଡିଜି, ଚିକିତ୍ସା ନାଁରେ ଲୁଟିଲେ କାର୍ଯ୍ୟାନୁଷ୍ଠାନ

FiercePharma

କୋଭିଡ୍ ଚିକିତ୍ସା ସାମଗ୍ରୀ ମହଜୁଦକାରୀ, କଳାବଜାରୀଙ୍କୁ ସତର୍କବାଣୀ
୫ ଦିନରେ ୭୧ ମାମଲା, ୨୬୯ ଗିରଫ, ୨.୮ କୋଟି ଜରିମାନା

ଭୁବନେଶ୍ବର : କରୋନା ଚିକିତ୍ସା ଆଳରେ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଲୁଟି ପାରିବେନାହିଁ। ଯଦି କୌଣସି ହସ୍ପିଟାଲ ଅଧିକ ଅର୍ଥ ଆଦାୟ କରୁଛନ୍ତି, ତାହେଲେ ୧୧୨କୁ କଲ୍ କରିଜଣାନ୍ତୁ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ଘରୋଇ ହସ୍ପିଟାଲ ନୁହେଁ, କରୋନା ଚିକିତ୍ସା ଔଷଧ ଓ ସାମଗ୍ରୀକୁ ମଧ୍ୟ ମାତ୍ରାଧିକ ମହଜୁଦ୍ ରଖୁଥିବା ଏବଂ କଳବଜାର କରୁଥିବା ବ୍ୟକ୍ତିବିଶେଷ ଏବଂ ସଂସ୍ଥାକୁ ଛଡ଼ାଯିବ ନାହିଁ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କଡ଼ା ଚେତାବନୀ ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା।

ଶ୍ରୀ ଜେଠୱା କହିଛନ୍ତି ଯେ କଳାବଜାରୀ ଓ ବେଆଇନ ଭାବେ ସାମଗ୍ରୀ ମହଜୁଦକୁ ରୋକିବା ଲାଗି ନିୟମିତ ଚଢ଼ଉ କରାଯାଇଛି। ଏସଟିଏଫ୍, ଡ୍ରଗ୍ ଓ ସ୍ବାସ୍ଥ୍ୟ ବିଭାଗକୁ ନେଇ ଗଠିତ ୨୨ଟି ଫ୍ଲାଇଂ ସ୍କ୍ବାଡ୍ କାର୍ଯ୍ୟ ଜାରି ରଖିଛି। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଲକଡାଉନ୍ ସମ୍ପର୍କରେ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌କୁ ପାଳନ କରାଯାଉଛି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।

ଗତ ୧୫ ଦିନ ଭିତରେ ରାଜ୍ୟରେ ୭୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୬୯ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୧ଲକ୍ଷ ଆଇନ ଉଲ୍ଲଙ୍ଘନକାରୀ ଧରାପଡ଼ିଛନ୍ତି। ସେହିପରି ୮ ହଜାର ୩ ଶହ ଗାଡ଼ି ଜବତ ହୋଇଥିବାବେଳେ ୨ କୋଟି ୮୦ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି। ରେଞ୍ଜ ଆଇଜି, ଡିଆଇଜି ଓ ଏସିପିମାନେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ କୋଭିଡ ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରୁଛନ୍ତି। ଆଗକୁ ମଧ୍ୟ ଅମାନିଆଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe