ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉ ମାନଙ୍କ ଅଧରପଣା ନୀତି ଶେଷ ହୋଇଛି। ଆଜି ସନ୍ଧ୍ୟା ୮ଟାରୁ ଏହି ନୀତି ଆରମ୍ଭ ହୋଇଥିଲା। ପ୍ରାୟ ଅଢ଼େଇ ଘଣ୍ଟା ପରେ ଅଧରପଣା ନୀତି ଶେଷ ହୋଇଛି। ମହାପ୍ରଭୁ ସୋମବାର ନିଳାଦ୍ରୀ ବିଜେ କରିବେ। ନିଳାଦ୍ରୀ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଆଶାଢ଼ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏଥର ଅପରାହ୍ଣ ସାଢ଼େ ୩ଟାରୁ ନିଳାଦ୍ରୀ ବିଜେ ପାଇଁ ବିଭିନ୍ନ ନୀତି ଆରମ୍ଭ ହୋଇଯିବ।
ରାତି ୧୦ଟା ସୁଦ୍ଧା ରତ୍ନବେଦୀକୁ ଶ୍ରୀଜିଉମାନେ ଅଧିଷ୍ଠିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ମଙ୍ଗଳବାର ୫ଟାରେ ରାତି ପହୁଡ଼ ହେବ। ମଙ୍ଗଳବାର ପୂର୍ବାହ୍ଣ ୭ଟା ପରଠାରୁ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ବର୍ଜନ କରାଯିବ। ସେହିପରି ଅପରାହ୍ଣ ୪ଟା ୩୦ ଠାରୁ ରାତି ୪ଟା ୩୦ ମଧ୍ୟରେ ପାକତ୍ୟାଗ କରାଯିବ।
Follow Us