ବଡ଼ଦାଣ୍ଡରେ ଭାସିଲା ଅଧରପଣା

Advertisment
ବଡ଼ଦାଣ୍ଡରେ ଭାସିଲା ଅଧରପଣା

ପୁରୀ : ରଥାରୁଢ଼ ମହାପ୍ରଭୁଙ୍କ ଅଧର ନୀତି ଶେଷ ପରେ କ୍ଷୀର, ସର ଆଦିରେ ପ୍ରସ୍ତୁତ ଅଧରପଣା ଗୁରୁୁବାର ବଡ଼ଦାଣ୍ଡରେ ଭାସିଛି। ମରିଚିକୋଟ ଛକ ପର୍ଯ୍ୟନ୍ତ ବି ଅଧରପଣା ବଡ଼ଦାଣ୍ଡରେ ଭାସୁଥିବା ଦେଖିବାକୁ ମିଳିଛି। ତିନି ରଥରୁ ଅଧରପଣା ଉତ୍ସର୍ଗ ପରେ ତିନି ଧାଡ଼ିରେ ବଡ଼ଦାଣ୍ଡରେ ପଣାର ଲମ୍ବା ସୁଅ ଛୁଟିଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଅଧରନୀତି ବେଳେ ବଡ଼ଦାଣ୍ଡ ଶୁଖିଲା ଥାଏ। ଯେଉଁଥିପାଇଁ ଅଧରପଣା ଶୁଖିଲା ବଡ଼ଦାଣ୍ଡ ଟାଣିନିଏ। କିନ୍ତୁ ଗୁରୁବାର ସନ୍ଧ୍ୟାରେ ଅଧରନୀତି ବେଳେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡ ଓଦା ରହିଥିଲା। ଏଥିପାଇଁ ବଡ଼ଦାଣ୍ଡରେ ଅଧରପଣାର ସୁଅ ଛୁଟିଥିଲା।

ପଣା ପାଇଁ ରଥ ତଳେ ଭିଡ଼
ପୁରୀ : ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କୁ ରଥ ଉପରେ ଉତ୍ସର୍ଗ କରାଯାଉଥିବା ଅଧରପଣାକୁ ବୋହି ନେଇଛନ୍ତି ସେବାୟତ। ଏଥିପାଇଁ ଗୁରୁବାର ଦିନ ରଥ ତଳେ ସେବାୟତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କିଏ ଜରି ତ କିଏ ପିତଳ ହାଣ୍ଡି, ମାଟି କୁଡ଼ୁଆ, ଟିଫିନ ଆଦି ଧରି ରଥ ଚକ ପରେ ଅଧରପଣାକୁ ଜଗି ରହିଥିଲେ। ଅଧରହାଣ୍ଡି ଭାଙ୍ଗିବା କ୍ଷଣି ଏହି ପାତ୍ର ସବୁ ଦେଖାଇ ବୋହି ନେଇଥିଲେ ପଣା। ଯାହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଶାସନର କଟକଣା ଯୋଗୁ ପଣା ନେବାକୁ ଗୁରୁବାର ରଥ ଉପରେ ସେତେଟା ଭିଡ଼ ନଥିଲେ ବି ରଥ ତଳେ ବହୁ ସେବକଙ୍କ ଭିଡ଼ ରହିଥିଲା। ସେପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରହାଣ୍ଡି ଭାଙ୍ଗିବା ପୂର୍ବରୁ ପଣା ନେବାକୁ ପିତଳ ପାତ୍ର ସବୁ ହାଣ୍ଡି ଆଗରେ ଲମ୍ବା ଧାଡ଼ିରେ ରଖାଯାଇଥିଲା। ପଣା ଢ଼ଳାଯିବା ପରେ ପିତଳ ପାତ୍ର ଭର୍ତ୍ତି ପଣା ବୋହି ନେଇଥିଲେ ସେବକ। ସେପଟେ ରଥ ତଳ‌େ ଥିବା ସେବକ ବି ଏହି ପଣାକୁ ବୋହି ନେଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe