ଗୋବର୍ଦ୍ଧନ ପୀଠରେ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ମ୍ୟୁଜିୟମ୍‌ 

Advertisment

୩୦ ଜିଲ୍ଲାରେ ହେବ ଆଧ୍ୟାତ୍ମିକ ଜାଗରଣ ଯାତ୍ରା

୩୦ ଜିଲ୍ଲାରେ ହେବ ଆଧ୍ୟାତ୍ମିକ ଜାଗରଣ ଯାତ୍ରା

ଗୋବର୍ଦ୍ଧନ ପୀଠରେ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ମ୍ୟୁଜିୟମ୍‌ 

ପୁରୀ : ପୁରୀର ଐତିହ୍ୟ ଗୋବର୍ଦ୍ଧନ ପୀଠର କଳେବର ବଦଳିବ। ପୀଠକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଠାରେ ଆଦି ଶଙ୍କରାଚାର୍ଯ୍ୟ ଓ ତାଙ୍କ ସଂପର୍କିତ କିଛି ତଥ୍ୟକୁ ନେଇ ଏକ ମ୍ୟୁଜିୟମ ପ୍ରତିଷ୍ଠା କରାଯିବ। ଭୁବନେଶ୍ୱରଠାରେ ଅନୁଷ୍ଠିତ ପଟ୍ଟାଭିଷେକ ବୈଠକରେ ଏପରି କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ କୁମାର ରଥ ସୂଚନା ଦେଇଛନ୍ତି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଆଦି ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିବା ଗୋବର୍ଦ୍ଧନ ପୀଠରେ ଏକ ମ୍ୟୁଜିୟମ ପ୍ରତିଷ୍ଠା ଓ ଏହାର ରୂପରେଖକୁ ନେଇ ଆଲୋଚନା ହୋଇଥିଲା। ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ମଠାଧୀଶ ଭାବେ ଅଧିଷ୍ଠିତ ହେବାର ୨୫ ବର୍ଷ ପୂର୍ତ୍ତିି ଅବସରରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ପଟ୍ଟାଭିଷେକର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷ ହୋଇଛି। ଭୁବନେଶ୍ୱରଠାରେ ପଟ୍ଟାଭିଷେକର ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ ଆଉ ଦୁଇଟି ଅନ୍ତର୍ଜାତୀୟ ଆଲୋଚନାଚକ୍ର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ସେହିଭଳି ଶଙ୍କାରାଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ପୂର୍ବରୁ ୧୬ଟି ଶାସନ ପରିକ୍ରମା କରୁଥିବା ବେଳେ ଏଥର ୩୦ ଜିଲ୍ଲା ପରିକ୍ରମା କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏଥିରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଥିଲା ମ୍ୟୁଜିୟମ ପ୍ରସଙ୍ଗ। ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଥମ ଥର ପାଇଁ ଗୋବର୍ଦ୍ଧନ ପୀଠରେ ଆଦି ଶଙ୍କରାଚାର୍ଯ୍ୟ ଓ ତାଙ୍କ ଚାରି ଶିଷ୍ୟଙ୍କ ଉପରେ ପର୍ଯ୍ୟବସିତ ଅତ୍ୟାଧୁନିକ ମ୍ୟୁଜିୟମ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe