ଆଦିବାସୀଙ୍କ ପ୍ରତି ବଢୁଥିବା ଅନ୍ୟାୟ ଓ ଅତ୍ୟାଚାରକୁ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବିକ୍ଷୋଭ

Advertisment
ଆଦିବାସୀଙ୍କ ପ୍ରତି ବଢୁଥିବା ଅନ୍ୟାୟ ଓ ଅତ୍ୟାଚାରକୁ ନେଇ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ବିକ୍ଷୋଭ

ଫୁଲବାଣୀ: ହିନ୍ଦୁ ନୁଅନ୍ତି ଆଦିବାସୀ। ହେଲେ ସରକାର ଆଦିବାସୀଙ୍କୁ ହିନ୍ଦୁ କହି ଶୋଷଣ କରୁଛନ୍ତି। ଆଉ ଆଦିବାସୀଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ବଢି ଚାଲିଛି ବୋଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ଆଜି ସଂଗଠନ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଫୁଲବାଣୀ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଆଦିବାସୀଙ୍କୁ ହିନ୍ଦୁ କହି ସେମାନଙ୍କ ପରମ୍ପରା, କଳା, ସଂସ୍କୃତି ଓ ସଭ୍ୟତାକୁ ନଷ୍ଟ କରାଯାଉଛି। ବିକାଶ ନାଁରେ ଜମି ଛଡାଇ ନେଇ ସେମାନଙ୍କୁ ବିସ୍ଥାପନ କରାଯାଉଛି। ମିଥ୍ୟା ମାମାଲା ରୁଜୁ କରାଯାଇ ହଇରାଣ କରାଯାଉଛି। ଆଉ ଆବଶ୍ୟକ ସ୍ଥଳେ ଆଦିବାସୀଙ୍କୁ ମାଓବାଦୀ ଆଖ୍ୟା ଦିଆଯାଉଛି। ସରକାର ଏ ଦିଗରେ ପଦକ୍ଷେପ ନନେଲେ ଆଗାମୀ ଦିନରେ କନ୍ଧମାଳରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ତ୍ରିନାଥ ମାଝି, ମଳୟାନନ୍ଦ କହଁର, ସୂର୍ଯ୍ୟମଣି ଦାସ, ସୁଧିଷ୍ଟିର ସାହାଣୀ, ଅନିଲ କୁମାର ବାଘ ଓ ରଶ୍ମି କହଁର ପ୍ରମୁଖଙ୍କ ନେତୃତ୍ବରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସଂଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାର ଦୀନମଣି ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତା ୨୮ ତାରିଖରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆବାହକ ଲମ୍ବୋଦର କହଁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe