୧୫ ଦଫା ଦାବି ନେଇ ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

Advertisment
୧୫ ଦଫା ଦାବି ନେଇ ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଟିଟିଲାଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ ଆଦିବାସୀ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଉପଜିଲ୍ଲାପାଳ ଅଫିସ୍‌ ଆଗରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସହାୟକ ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ଦେହୁରୀଙ୍କୁ ଦେଇଥିଲେ।

ଦାବିଗୁଡ଼ିକ ମଧ୍ୟରେ ଆଦିବାସୀ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର ଆଇନକୁ ଉଚ୍ଛେଦ, ତଞ୍ଚକତା କରି ଆଦିବାସୀ କୋଟାରେ ସରକାରୀ ଚାକିରି ହାତେଇଥିବା କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର, ଅଣଆଦିବାସୀଙ୍କୁ ଆଦିବାସୀ ତାଲିକାରେ ସାମିଲ ପ୍ରକ୍ରିୟା ବନ୍ଦ କରିବା, ପ୍ରତି ବ୍ଲକରେ ଏକଲବ୍ୟ ମଡେଲ ସ୍କୁଲ ପ୍ରତିଷ୍ଠା କରିବା ଆଦି ଉଲ୍ଲେଖ ରହିଛି। ଏହି ସମାବେଶରେ ସଂଘର ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟା ବନଲତା ମାଝୀ, ବ୍ଲକ୍‌ ସଭାପତି ପଦ୍ମନ ପ୍ରଧାନୀ, ନିତ୍ୟାନନ୍ଦ ମାଝୀ, ଥବିର ପୂଝାରୀ, ସୁନୀଲ ମାଝୀ, ବିକ୍ରମ ଭୋଇ, ଚଞ୍ଚଳା ମାଝୀ, ମାହେଶ୍ୱରୀ ମାଝୀ, ଧନମତ ମାଝୀ, ଜଗନ୍ନାଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe