ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି: ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିରେ ଅଦିନିଆ ଦୀପାବଳି

Advertisment

ରାଇରଙ୍ଗପୁର ସହରରେ ବଣ୍ଟାଯିବ ୨୦ ହଜାର ଲଡ଼ୁ

ରାଇରଙ୍ଗପୁର ସହରରେ ବଣ୍ଟାଯିବ ୨୦ ହଜାର ଲଡ଼ୁ

ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି: ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିରେ ଅଦିନିଆ ଦୀପାବଳି

ବାରିପଦା/ରାଇରଙ୍ଗପୁର : ଆଜି ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବଚାନ ଫଳାଫଳ। ତେବେ, ଫଳ ଘୋଷଣା କେବଳ ଔପଚାରିକତା ହୋଇରହିଥିବାରୁ ମୟୂରଭଞ୍ଜ ମାଟିର ସୁଯୋଗ୍ୟ କନ୍ୟା ଦ୍ରୌପଦୀ ମୁର୍ମୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ। ଏଥିପାଇଁ ଶ୍ରୀମତୀ ମୁର୍ମୁଙ୍କ ପୈତୃକ ଗ୍ରାମ, ଶ୍ବଶୁର ଘର ଗାଁ ଓ ରାଇରଙ୍ଗପୁର ସହରରେ ଆଜିଠାରୁ ଉତ୍ସବର ମହୋଲ। ମାଟିର ଝିଅଙ୍କ ସଫଳତାକୁ ମନିଭରି ଉପଭୋଗ କରିବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି।

ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ପରିବାର ବର୍ଗ

ଏନେଇ ବିଜେପି, ସ୍ଥାନୀୟ ବାସିନ୍ଦା ଓ ‌ଶ୍ରୀମତୀ ମୁର୍ମୁଙ୍କ ପରିବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ପ୍ରସ୍ତୁତି ଏମିତି ହୋଇଛି ଯେ ଆଜି ରାଇରଙ୍ଗପୁରରେ ଅଦିନିଆ ଦୀପାବଳିର ମାହୋଲ ସୃଷ୍ଟି ହେବ। ଆତସବାଜିରେ ଝଲସିବ ଗାଁରୁ ସହର। ଲୋକଙ୍କୁ ବଣ୍ଟାଯିବ ୨୦ ହଜାରରୁ ଊର୍ଦ୍ଧ୍ବ (ସାଢ଼େ ୪ କୁଇଣ୍ଟାଲ) ଲଡ଼ୁ। ଏଥିପାଇଁ ୨୫ରୁ ଅଧିକ କାରିଗର ଲଡ଼ୁ ତିଆରିରେ ଲାଗିଛନ୍ତି। ‘ ଦ୍ରୌପଦୀ ଦିଦିଙ୍କ ସଫଳତା ଆମ ପାଇଁ ଗୌରବ। ତେଣୁ ସମସ୍ତଙ୍କ ମୁହଁମିଠା କରିବା ପାଇଁ ଏହି ଲଡ଼ୁ ତିଆରି ଚାଲିଥିବା କହିଛନ୍ତି ଆୟୋଜକ। ଏହାବ୍ୟତୀତ ସହରର ବିଭିନ୍ନ ସ୍ଥାନ ରଙ୍ଗିନ ଆଲୋକରେ ଝଲସୁଛି। ସହର ସାରା ଲାଗିଛି ବଡ଼ବଡ଼ ହୋଡିଂ ଓ ବ୍ୟାନର୍। ଆଜି ଆଦିବାସୀଙ୍କ ନୃତ୍ୟଗୀତ‌ରେ ଦୁଲୁକିବ ରାଇରଙ୍ଗପୁର ସହର। ଦ୍ରୌପଦୀ ମୁର୍ମୁ ବିଜୟୀ ହେଲେ ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବେ। ଏବେ ଶ୍ରୀମତୀ ମୁର୍ମୁଙ୍କ ସହ ରହୁଥିବା ତାଙ୍କ ଝିଅ, ଜ୍ବାଇଁ ଓ ନାତୁଣୀ ଏହି ଉତ୍ସବରେ ନିଶ୍ଚୟ ଯୋଗଦେବେ। ରାଇରଙ୍ଗପୁରରେ ରହୁଥିବା ତାଙ୍କ ସାନଭାଇ ଓ ଭାଉଜ ମଧ୍ୟ ଆସନ୍ତା ୨୩ ତାରିଖରେ ବିମାନ ଯୋଗେ ଦିଲ୍ଲୀ ଗସ୍ତ କରିବେ ଓ ସେଠାରେ ଶପଥଗ୍ରହଣ ସମାରୋହରେ ଯୋଗଦେବେ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe