ପୁରୀ: ଆଜି ଇଂରାଜୀ ନବବର୍ଷ ପାଳନ ନେଇ ଉତ୍ସବ ମୁଖର ହୋଇ ଉଉଠିଛି ସମଗ୍ର ସହର। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ କରିଥିବା ବେଳେ ପୁରୀ ମହୋଦଧିରେ ସ୍ନାନ କରିଛନ୍ତି। ତେବେ ଇଂରାଜୀ ନବବର୍ଷ ପଳନକୁ ବିରୋଧ କରିଛି ଆଦିତ୍ୟ ବାହିନୀ। ଇଂରାଜୀ ନବବର୍ଷ ପାଳନ ନ କରିବାକୁ ଆଦ୍ୟିତବାହିନୀ ପକ୍ଷରୁ ଲୋକମାନଙ୍କୁୂ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପ୍ଲାକାଡ଼ ଧରି ଆଦିତ୍ୟବାହିନୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୁହାଯାଇଛି ମହାବିଷୁବ ସଂକ୍ରାନ୍ତୀ ହେଉଛି ଓଡ଼ିଆ ନୂଆବର୍ଷ। ତାକୁ ପାଳନ କରାଯାଉ। ସେହିପରି ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ତାକୁ ମଧ୍ୟ ପାଳନ କରାଯାଉଛି। ଉତ୍ସବ ନାମରେ ଅପସଂସ୍କୃତିର ପ୍ରଚାର ବନ୍ଦ କରାଯାଉ ବୋଲି ଆଦିତ୍ୟବାହିନୀ ପକ୍ଷରୁ କୁହାଯାଉଛି।
ପୁରୀ: ଇଂରାଜୀ ନବବର୍ଷ ପାଳନକୁ ଆଦିତ୍ୟବାହିନୀର ବିରୋଧ
Advertisment
Follow Us