ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ

Advertisment
ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ସିବିଆଇ  ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଦାୟର ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଅରମ୍ଭ ହୋଇଛି। ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଦିତ୍ୟଙ୍କ ମା' ପଦ୍ମାଳୟା ଦାସ, ବାପା ନନ୍ଦକିଶୋର ଦାସଙ୍କ ଆବେଦନ ସହିତ ପିପୁଲ ଫର ସେବା ଅନୁଷ୍ଠାନର ଏମ.ବେହେରାଙ୍କ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ଶୁଣାଣି ଅଧା ରହିଥିବା ବେଳେ ଗୁରୁବାରକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଅଗଷ୍ଟ ୧୧ରେ ହାଇକୋର୍ଟରୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ମାମଲା ପ୍ରତ୍ୟାହାର କରିଥିଲେ। ଆଦିତ୍ୟଙ୍କ ମା' ପଦ୍ମାଳୟା ଦାସ, ବାପା ନନ୍ଦକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀ ଶିଶୁଙ୍କ ପକ୍ଷରୁ ମିଳିତ ଭାବେ ମୂଳରୁ ହାଇକୋର୍ଟରେ ସିବିଆଇ ତଦନ୍ତ ପ୍ରାର୍ଥନା କରି ମାମଲା ଦାୟର କରାଯାଇଥିଲା। କିନ୍ତୁ ଅଗଷ୍ଟ ୧୧ରେ  ଆବେଦନର ଶୁଣାଣି ସମୟରେ ଆବେଦନକାରୀ ବିଦ୍ୟାଶ୍ରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସେ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏକ ଉତ୍କୃଷ୍ଟ ଓ ପୃଥକ ଆବେଦନ ଦାଖଲ କରାଯିବ ବୋଲି ତାଙ୍କ ଆଇନଜୀବୀ କହିଥିଲେ। ଖଣ୍ଡପୀଠ ଏଥିପାଇଁ  ଅନୁମତି ଦେଇଥିଲେ। ଏଥିସହିତ ବିଦ୍ୟାଶ୍ରୀଙ୍କ ସଂକ୍ରାନ୍ତୀୟ ମାମଲାର ଶୁଣାଣିରେ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ଏହାପରେ ଆଦିତ୍ୟଙ୍କ ମା' ପଦ୍ମାଳୟା ଦାସ ଓ ବାପା ନନ୍ଦକିଶୋର ଦାସଙ୍କ ଆବେଦନର ଶୁଣାଣି ଚାଲିଛି। ମାମଲାରେ ଆଦିତ୍ୟଙ୍କ ବାପା-ମା ଙ୍କ ପକ୍ଷରୁ ସାନି ସତ୍ୟପାଠ ଦାଖଲ କରାଯାଇ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ତଥ୍ୟ ଦାଖଲ କରାଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସପି, ସିବିଆଇ ଓ କ୍ରାଇମବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏମ.ବେହେରାଙ୍କ ତରଫରୁ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପ୍ରସଂଗ ନେଇ ପୃଥକ ମାମଲା ଦାୟର କରାଯାଇଥିଲା। ଆଦିତ୍ୟଙ୍କ ମା-ବାପାଙ୍କ ତରଫରୁ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଏମ.ବେହେରାଙ୍କ ତରଫରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe