ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆଉ ଏକ ଆବେଦନ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଜିଆରପି ଥାନାରେ ହୋଇଥିବା ଅଭିଯୋଗ ସହିତ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଏ ନେଇ ରୁଜୁ କରିଥିବା ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦର୍ଶାଇ ଏହି ଆବେଦନ ଦାୟର ହୋଇଛି।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜୁଲାଇ ୭ରେ ଆଦିତ୍ୟଙ୍କୁ ସଂଧ୍ୟା ୬ଟାରୁ ୧୦ଟା ମଧ୍ୟରେ ମାରି ଟ୍ରେନ୍ ଲାଇନରେ ପକାଇ ଦେଇଛି ବୋଲି ଅଭିଯୋଗ କରାଯାଇଥିଲା। ଏହି ଘଟଣାକୁ ନେଇ ଜିଆରପି ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା ଓ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ପରେ ଜଣେ ‘ସାଇକୋ ଲେଡି’ଙ୍କ ପ୍ରସଂଗ ଉଠିଥିଲା। ଏ ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା। ଏଭଳି ଘଟଣାକୁ ନେଇ ବାଲେଶ୍ବର ଖଇରା ଥାନାରେ ଗତ ସେପ୍ଟେମ୍ବର ୫ରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିଲା। ସମଗ୍ର ଘଟଣା ଆଦିତ୍ୟଙ୍କ ମୃତ୍ୟୁକୁ ଅଧିକ ରହସ୍ୟମୟ କରିଥିବାବେଳେ ଏହି ପ୍ରସଂଗରେ ସତ ସମ୍ମୁଖକୁ ଆସିବା ଦରକାର। ଏଥିପାଇଁ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଗୃହ ସଚିବ, କ୍ରାଇମବ୍ରାଞ୍ଚ, ସିବିଆଇ ଓ ଭୁବନେଶ୍ବର ଜିଆରପି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିହାର ରଂଜନ ଓଝା ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ଆଦିତ୍ୟଙ୍କ ବାପା, ମା ଓ ପତ୍ନୀ ମଧ୍ୟ ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe