ନୂଆ ପରିଚୟ ପାଇଲା ଆଦିତ୍ୟ : କୋଳେଇଲେ ସ୍ପେନୀୟ ଦମ୍ପତି

Advertisment

Aditya got a new identity, Spanish couple adopted

Aditya got a new identity, Spanish couple adopted

ନୂଆ ପରିଚୟ ପାଇଲା ଆଦିତ୍ୟ : କୋଳେଇଲେ ସ୍ପେନୀୟ ଦମ୍ପତି

କୋରାପୁଟ : ରାସ୍ତାକଡ଼ରେ ପଡ଼ିଥିଲା ୪ଦିନର ଶିଶୁପୁତ୍ର। ନା ଥିଲା ବାପା, ମା’ଙ୍କ ପରିଚୟ, ନା ଘରର ଠିକଣା। ଏହି ଆଖୋଜା, ଅଲୋଡ଼ା ଶିଶୁକୁ ଆଣି ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖିଥିଲା ପ୍ରଶାସନ। ଏହି ଶିଶୁପୁତ୍ରକୁ ଏବେ ସ୍ପେନ୍‌ର ଏକ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହା ସହ ନୂଆ ପରିଚୟ ପାଇଛି ଏହି ୨ବର୍ଷର ଶିଶୁ ଆଦିତ୍ୟ। ସ୍ପେନ୍‌ର ଏକ ନିଃସନ୍ତାନ ଦମ୍ପତି ଭାରତରୁ ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହୁଥିଲେ। ଏଥିନେଇ ସେମାନେ ଅନ୍‌ଲାଇନ୍‌ରେ ଆବେଦନ ମଧ୍ୟ କରିଥିଲେ। ପରେ ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଥିବା ଆଇଡିଏସ୍‌ରୁ ଏକ ଶିଶୁପୁତ୍ରକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ସ୍ଥିର ହେଇଥିଲା। ଆଜି ଏ ନେଇ କାଗଜପତ୍ର କାମ ଶେଷ ହେବା ପରେ ଆଦିତ୍ୟକୁ କୋରାପୁଟରୁ ନେଇ ସ୍ପେନ୍‌ ଅଭିମୁଖେ ଯାତ୍ରା କରିଛନ୍ତି ଦମ୍ପତି। କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଉପସ୍ଥିତିରେ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଥିଲା।

ସ୍ପେନ ଦମ୍ପତିଙ୍କ କୋଳକୁ ଯିବା ସହ ଜନ୍ମରୁ ପରିଚୟ ନ ଥିବା ଏହି ଶିଶୁପୁତ୍ର ଏବେ ନୂଆ ପରିଚୟ ପାଇଛି। ଆଜିକୁ ପାଖାପାଖି ୨ବର୍ଷ ତଳେ ଏହି ଶିଶୁପୁତ୍ର ମାଲକାନଗିରିରୁ ଉଦ୍ଧାର ହୋଇଥିଲା। ସେତେବେଳେ ଶିଶୁଟି ମାତ୍ର ୪ଦିନର ହୋଇଥିଲା। କେହି ଏହି ଶିଶୁପୁତ୍ରକୁ ରାସ୍ତା କଡ଼ରେ ଛାଡ଼ି ଚାଲି ଯାଇଥିଲା। ଏହାପରେ ଏହି ଶିଶୁକୁ ଉଦ୍ଧାର କରି ପ୍ରଶାସନ କୋରାପୁଟ ଜିଲ୍ଲା ଦଶମନ୍ତପୁର ସ୍ଥିତ ପରିଚର୍ଯ୍ୟା କେନ୍ଦ୍ରରେ ରଖିଥିଲା। ଏହାର ନାମ ରଖାଯାଇଥିଲା ଆଦିତ୍ୟ। ପରିଚାର୍ଯ୍ୟା କେନ୍ଦ୍ରର କର୍ମଚାରୀ ପାଳିପୋଷି ବଡ଼ କରିଥିଲେ। ଏବେ ଏହି ୨ବର୍ଷର ଶିଶୁକୁ ଦେଶ ବାହାରକୁ ପଠାଇବା ପରେ ଶିଶୁ ପରିଚର୍ଯ୍ୟା କେନ୍ଦ୍ରର ଅନ୍ତେବାସୀମାନେ କୋହ ସମ୍ବରଣ କରି ପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe