ଆଦିତ୍ୟରାଜ ମୃତ୍ୟୁ ଘଟଣା: ଶବ ଖୋଳି ବ୍ୟବଚ୍ଛେଦ କରିବାକୁ ମନାକଲେ ପରିବାର

Advertisment
ଆଦିତ୍ୟରାଜ ମୃତ୍ୟୁ ଘଟଣା: ଶବ ଖୋଳି ବ୍ୟବଚ୍ଛେଦ କରିବାକୁ ମନାକଲେ ପରିବାର

ବରଗଡ଼: ବିକାଶ ଫାଷ୍ଟଷ୍ଟେପ୍‌ ସ୍କୁଲ୍‌ର ଛାତ୍ର ଆଦିତ୍ୟରାଜ୍‌ଙ୍କ ମୃତ୍ୟୁ ଘଟଣା ନେଇ ସହରରେ ସ୍ଥିତି ବର୍ତମାନ ଯାଏଁ ଅସ୍ବାଭାବିକ ରହିଛି। ମୃତ୍ୟୁ ପରେ ଆଦିତ୍ୟରାଜ୍‌ଙ୍କ ଶବକୁ ପରିବାରଲୋକେ ନୀତିନିୟମ ଅନୁସାରେ ପୋତି ଦେଇଥିଲେ। ମଂଗଳବାର ପୁଲିସ୍‌ ଟିମ୍‌ ଶବ ଖୋଳି ବ୍ୟବଚ୍ଛେଦ ପାଇଁ ନେବାକୁ ଉଦ୍ୟମ କରିଥିଲା। ଏନେଇ ଆଦିତ୍ୟଙ୍କ ପିତାଙ୍କୁ ପୁଲିସ୍‌ ଖବର ଦେଇଥିଲା। ହେଲେ ପରିବାରବର୍ଗ ଘଟଣାସ୍ଥଳରେ ପହଂଚିଥିଲେ। ଶବକୁ ଖୋଳି ବାହାର କରିବାକୁ ସେମାନେ ବିରୋଧ କରିଥିଲେ। ପୁଲିସ୍‌ ବିନା ପରିବାରବର୍ଗଙ୍କ ଅନୁମତିରେ ଶବ ଖୋଳି ବାହାର କରିବା ନିନ୍ଦନୀୟ ବୋଲି ଆଦିତ୍ୟରାଜ୍‌ଙ୍କ ପିତା ଉମେଶଚନ୍ଦ୍ର ସାହୁ ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଯୋଗ୍ୟ, ଆଦିତ୍ୟରାଜ୍‌ଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତ ୨୯ ତାରିଖ ବରଗଡ଼ ବନ୍ଦ ପାଳନ ହୋଇଥିଲା। ପୁଲିସ୍‌ ଯେଉଁ ୯ଜଣଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରିଛି, ତାକୁ ପ୍ରତ୍ୟାହାର କରିବା ସହ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe