ଜିଲ୍ଲାପାଳଙ୍କ ଆଦେଶ ଉପରେ ହାଇକୋର୍ଟ ସ୍ଥଗିତାଦେଶ

Advertisment
ଅଙ୍ଗ ନଦୀ ଉପରେ ବିଜୁ ସେତୁ ନିର୍ମାଣ ମାମଲା: ପଞ୍ଚାୟତିରାଜ ବିଭାଗର ସତ୍ୟପାଠ; ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

India Legal

ତେଲକୋଇ: ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ମାତ୍ର ୫ ଦିନ ପୂର୍ବରୁ ବଦଳି ହୋଇ ଆସି କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ ଯୋଗଦେଇଥିବା ସନ୍ତୋଷ କୁମାର ସାହୁଙ୍କୁ ଜିଲ୍ଲାପାଳ ପ୍ରଶାସନିକ କାରଣରୁ ଅଗଷ୍ଟ ପହିଲାରେ କାର୍ଯ୍ୟରୁ ମୁକ୍ତ(ରିଲିଭ୍‌) କରିଥିଲେ। ତେବେ ଜିଲ୍ଲାପାଳଙ୍କ ଏହି ନି‌ର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶ୍ରୀ ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାକୁ ଗ୍ରହଣ କରି ହାଇକୋର୍ଟ ଜିଲ୍ଲାପାଳଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଶୁଣାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୂର୍ବ ସ୍ଥାନରେ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ‌ଦେଇଛନ୍ତି। ଫଳରେ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି।

ଜୁଲାଇ ୨୬ ତାରିଖରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ଶ୍ରୀ ସାହୁଙ୍କୁ ମୟୂରଭଞ୍ଜ ଜିଲ୍ଲା ଜାମଦାରୁ ତେଲକୋଇ ବ୍ଲକ୍‌କୁ ବଦଳି କରାଯାଇଥିଲା। ଶ୍ରୀ ସାହୁ ତେଲକୋଇରେ ଯୋଗ ଦେଇଥିଲେ। ମାତ୍ର ଏମିତି କ’ଣ ହେଲା ଯେ ଅଗଷ୍ଟ୧ ତାରିଖ ଦିନ ଜିଲ୍ଲାପାଳ ତାଙ୍କୁ ପ୍ରଶାସନିକ ଦ୍ବାହିରେ କାର୍ଯ୍ୟରୁ ମୁକ୍ତ କରିଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ତାଙ୍କ ସ୍ଥାନରେ ବାଂଶପାଳ ବ୍ଲକରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ତେଲକୋଇ ବ୍ଲକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ ଏହି ବିବାଦ ହାଇକୋର୍ଟରେ ପହଞ୍ଚିବା ପରେ ହାଇକୋର୍ଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଶ୍ରୀ ସାହୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ସେ ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଗତକାଲି ହାଇକୋର୍ଟ ଆଦେଶ ସଂଖ୍ୟା ଡବ୍ଲୁପି(ସି) ନଂ ୧୯୫୩୨ ତା ୪/୮/୨୦୨୨ରେ ସରକାରଙ୍କ ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି। ମାତ୍ର ଜିଲ୍ଲାପାଳଙ୍କ ଏହି ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।  ଆସନ୍ତା ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଶ୍ରୀ ସାହୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ତେଲକୋଇରେ କାର୍ଯ୍ୟ କରି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ତେଲକୋଇ ବ୍ଲକ ଭାରପ୍ରାପ୍ତ ବିଡିଓ ଦୋଳଗୋବିନ୍ଦ ବିଶ୍ବାଳଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଜଲ୍ଲାପାଳ ଚିଠି କରିଛନ୍ତି। ସେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସୂଚନାଥାଉକି ଜିଲ୍ଲାପାଳ ଅଗଷ୍ଟ ପହିଲାରେ ଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ମୁକ୍ତ କରି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe