administration forgot to supply water to the Pedasahi Anganwadi center and build a wall Photograph: (sambad.in)
ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରକୁ ଜଳ ଯୋଗାଣ ବ୍ୟବସ୍ଥା ସହ ପାଚେରୀ ନିର୍ମାଣ କରିବା ପାଇଁ ବ୍ଲକ୍ ପ୍ରଶାସନ ଭୁଲିଯାଇଛନ୍ତି । ଏହି କ୍ଷେତ୍ରରେ ସରକାରଙ୍କ ନିର୍ଦ୍ଦେଶରେ ସାରା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛୋଟ ଶିଶୁମାନଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ପିଇବା ପାଣି ଓ ପାଚେରୀ ନିର୍ମାଣ କରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ କେ. ନୂଆଗାଁ ବ୍ଲକ୍ ପ୍ରଶାସନକୁ ଏ ପର୍ଯ୍ୟନ୍ତ ଏହି ଅଙ୍ଗନବାଡି କେନ୍ଦ୍ରରେ ପାନୀୟ ଜଳ ଏବଂ ପାଚେରୀ ନିର୍ମାଣ ନ କରି ବ୍ଳକ୍ ପ୍ରଶାସନ ଚୁପଚାପ୍ ବସି ଥିବା ଦେଖିବାକୁ ମିଳିଛି।
ଏଣୁ ପଦାସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ନୂତନ ଭାବେ ପାଣି ଟାଙ୍କି ଓ ପାଚେରୀ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଦିଗରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପାନୀୟଜଳ ଓ ପାଚେରୀ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶିଶୁମାନେ।
ଛୋଟ ଶିଶୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ସଠିକ ଭାବରେ ରହୁନଥିବା ଦେଖିବାକୁ ମିଳିଛି। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ସାରଙ୍ଗଡ଼ ପଦାସାହି ଗାଁରେ ଥିବା ଆମ ଅଙ୍ଗନୱାଡ଼ି କେନ୍ଦ୍ରରେ। କିନ୍ତୁ ଏହି ଆମ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ କୈାଣସି ବ୍ୟବସ୍ଥା କରାଯାଇନାହିଁ ।
କହିବାକୁ ଗଲେ ବିଭାଗୀୟ ଅଧିକାରୀମାନେ ଏହି ଅଙ୍ଗନୱାଡ଼ି କେନ୍ଦ୍ରର କୁନି କୁନି କୋମଳମତି ଶିଶୁ ମାନଙ୍କର ସ୍ବାସ୍ଥ୍ୟକୁ ନେଇ ଖେଳ ଖେଳୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦେଶର ଭବିଷ୍ୟତଙ୍କ ଜୀବନ ସହ ଏକ ପ୍ରକାର ଖେଳ ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଙ୍ଗନୱାଡ଼ି କେନ୍ଦ୍ରରେ ରୋଷେଇ ପାଇଁ ଘରର ପାଣି ଉପରେ ନିର୍ଭର କରନ୍ତି । ଦିନେ ନୁହେଁ କି ମାସେ ନୁହେଁ ଅଙ୍ଗନବାଡ଼ି କେନ୍ଦ୍ର ଆରମ୍ଭରୁ ଏପର୍ଯ୍ୟନ୍ତ ଗୋଟିଏ ନଳକୂପ ଓ ପାଚେରୀ ବିଦ୍ୟୁତ ସଂଯୋଗ ମଧ୍ୟ ନିର୍ମାଣ ହେଇପାରି ନାହିଁ ।
ଅଧିକ ପଢ଼ନ୍ତୁ: କୋଣାର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ
ଯାହା ଫଳରେ ଅଙ୍ଗନବାଡ଼ି କେନ୍ଦ୍ର ଛାତ୍ରଛାତ୍ରୀଙ୍କ ରୋଷେଇ ପାଇଁ ନିଜ ଘର ପାଣି ଏକ ମାତ୍ର ସାହା ଭରସା । ଏଣୁ ଛୋଟ ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଯଥା ଶ୍ରୀଘ୍ର ସାରଙ୍ଗଡ଼ ପଦାସାହି ଆମ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ଏକ ନୂତନ ନଳକୂପ ନିର୍ମାଣ କରିବା ସଙ୍ଗେ ସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରିବା ନିମନ୍ତେ ସାରଙ୍ଗଡ଼ ପଦାସାହିବାସୀ ଦାବି କରିଛନ୍ତି ।
ଅନ୍ୟପଟେ ଏହି ସାରଙ୍ଗଡ଼ ପଦାସାହି ଗ୍ରାମବାସୀଙ୍କ ପାଇଁ ଚୁଆ ପାଣି ହିଁ ଭରସା ବୋଲି ଅଭିଯୋଗ କରିଥିବା ବେଳେ କେ.ନୂଆଗାଁ ପ୍ରଶାସନ ପଦକ୍ଷେପ କେବେ ନେବେ ସେନେଇ ପଦାସାହି ଗ୍ରାମବାସୀ ଅପେକ୍ଷା କରିଛନ୍ତି।
ଅଧିକ ପଢ଼ନ୍ତୁ: ସ୍ବାମୀ ଶତକ କରିବା ପରେ ଅନୁଷ୍କା ଦେଲେ ଏଭଳି ପ୍ରତିକ୍ରିୟା
Follow Us