ଅସହାୟ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ

Advertisment
ଅସହାୟ ପରିବାର ପାଖରେ ପହଞ୍ଚିଲା ପ୍ରଶାସନ
ମାଲକାନଗିରି/ଗୋବିନ୍ଦପଲ୍ଲୀ: ଯେଉଁଠି ଭୋକ ଉପାସରେ ଗୋଟିଏ ଗଛ ମୂଳେ ଚାରୋଟି କୁନି କୁନି ଛୁଆ ଭୋକ ଉପାସରେ ଦିନ ରାତି କାଟୁଥିଲେ।ବାପା ର ମୃତ ଦେହ ଦେଖି ଘର ଭିତରକୁ ଯିବାପାଇଁ ଭୟ କରୁଥିଲେ। ଅଭାବ ଅନଟନର ନଗ୍ନ ଚିତ୍ର ସମସ୍ତେ ଦେଖିଥିଲେ ଯେ କିଭଳି ଗୋଟିଏ ବାପା ନିଜର ଦରିଦ୍ରତା ପାଇଁ ନିଜ ଜନ୍ମ କଲା ପୁଅ କୁ ଅନ୍ୟ ହାତରେ ଟେକି ଦେଇଥିଲା ଓ ପରେ ଆତ୍ମହତ୍ୟା କରିଥିଲା। ଯାହା ଲୋକ ଲୋଚନକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଅସହାୟ ପରିବାରକୁ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ପ୍ରଶାସାନିକ ସହାୟତା ମିଳିଛି।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ସପ୍ତଧାରା ଗ୍ରାମରେ ନିଜ ପୁଅକୁ ଅନ୍ୟ ହାତକୁ ଟେକି ଦେଇ ନିଜେ ଆତ୍ମହତ୍ୟା କରିଥିଲେ ବାପା।ଯାହାକୁ ଲୋକ ଲୋଚନକୁ ଆମେ ଆଣିଥିଲୁ, ଦେଖାଇଥିଲୁ ସରକାରୀ ଯୋଜନା ଓ ସହାୟତା ବାଟବଣା ଏବଂ ଅଣଦେଖାର ବାସ୍ତବତା। ଯେଉଁଠି କୁନି କୁନି ଛୁଆ ଖାଇବା ପାଇଁ ପାଉନଥିଲେ। ବଂଚିବା ପାଇଁ ଅହରହ ଚେଷ୍ଟା କରିଥିଲେ ବି ଜୀବନ ଯୁଦ୍ଧରେ ହାରିଗଲେ ସୋମନାଥ।ଯାହା ପାଇଁ ନିଜର ନବ ଜନ୍ମିତ ପଞ୍ଚମ ପୁଅକୁ ଅନ୍ୟ ପାଖରେ ବିକିଦେଇଥିଲା ବାପା ଅନ୍ୟ ୪ ପୁଅ ଝିଅ ପେଟରେ ଦାନ ଯୋଗାଡ଼ କରିବା ପାଇଁ।କିନ୍ତୁ ସେ କଣ ଜାଣିଥିଲା ଯେ ପରିସ୍ଥିତି ଯେଭଳିକୁ ସେଭଳି ହିଁ ରହିବ। ଆଉ ପରେ ନିଜ ଭୁଲର ପ୍ରାୟଶ୍ଚିତ କରି ନିଜେ ଆତ୍ମ ହତ୍ୟା କଲେ ସମନାଥ ଖିଲ।
ବେସାହାରା ଓ ଅନାଥ ହୋଇଗଲେ ୪ ଟି କୁନି କୁନି ଛୁଆ। ଆଉ ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରସାରଣ ପରେ ଆଜି ଖଇରପୁଟ ବିଡିଓ ହୃଦରଞ୍ଜନ ସାହୁ ଓ ଅନ୍ୟାନ୍ୟ ସମସ୍ତ ବ୍ଲକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି  ପରିବାରର ସମସ୍ତଙ୍କୁ ଉଧାର କରିବା ସହ ବୃଦ୍ଧାଶ୍ରମ ନିଆଯାଇଛି।ଗତକାଲି ୩ଟି ପୁଅକୁ ସିଡବ୍ଲୁସି କୁ ହସ୍ତାନ୍ତର କରିଦିଆଯାଇଛି। ଏପଟେ କୁନି ହାନ୍ତାଳ କୁ ଆବାସ ଯୋଜନାରେ ଘର, କାର୍ଯ୍ୟ ଓ ଭରଣ ପୋଷଣ ପାଇଁ କୁଲି କାର୍ଡ, ବିଧବା ଭତା ଓ କିଭଳି ପିଡ଼ିଏସ ସାମଗ୍ରୀରେ କିଭଳି ଅଧିକ ସଦସ୍ୟ ହିସାବ ରେ ତାଙ୍କୁ ଚାଉଳ ଦିଆଯିବ ଆଦିଭଳି ସରକାରୀ ଯୋଜନା ରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖାଇରପୁଟ ବିଡିଓ। ନିଜ ଛୁଆକୁ ବିକ୍ରି କରିଦେଲେ। ନିଜ ଛୁଆକୁ କେଉଁଠି ବିକ୍ରି କରିଛନ୍ତି କୁନି ଖିଲ ଜାଣିନଥିବା ବେଳେ ଚାଇଲଡ଼ ଲାଇନ ମଧ୍ୟ ପିଲାକୁ ନେଇ ସେତେଟା ତତ୍ପରତା ଦେଖାଉନଥିବା କୁହାଯାଇଛି। ତୁରନ୍ତ ପୁଅ ରାଜାକୁ ଉଦ୍ଧାର ଜରିବା ସହ ତା ମାଆ କୁନି କୋଳକୁ ଫେରେଇ ଆଣିବାକୁ ଦାବି ହୋଇଛି।
publive-image
ତେବେ ମାଲକାନଗିରିରେ ଏମିତି କେତେ ସୋମନାଥ ଖିଲ ନିଜର ପରିବାରକୁ ପ୍ରତିପୋଷଣ କରିନପାରି ଆତ୍ମହତ୍ୟା କରିଛନ୍ତି, ଯାହାର ହିସାବ ପ୍ରଶାସନ ନିକଟରେ ନାହିଁ। ଏମିତି ପରିବାରକୁ ଖୋଜି ବାହାର କରି ସହାୟତା ପ୍ରଦାନ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe