କୋଣାର୍କରେ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

Advertisment
କୋଣାର୍କରେ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

କୋଣାର୍କ : ବଙ୍ଗୋପ ସାଗରରେ ସୃଷ୍ଟି ଲଘୁଚାପ ଘନୀଭୁତ ହୋଇ ଦିନକୁ ଦିନ ବାତ୍ୟାର ରୂପ ନେଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଜୋର ଧରିଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆସନ୍ତା ୨୪ ଓ ୨୫ ତାରିଖରେ ପ୍ରଳୟ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ବିଷେଶ କରି ଏହି ସମୟରେ ବର୍ଷାର ପ୍ରକୋପ ଜୋର ଧରିବାର ପୂର୍ବାନୁମାନ କରାଯାଉଛି । ଶୁକ୍ରବାର ଅପରାହ୍ନରେ କୋଣାର୍କରେ ହାଲକା ବର୍ଷା ହୋଇଛି ।ଏହାକୁ ଦୃଷ୍ଟିରେ ର୍‌ଖି କୋଣାର୍କରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ର ମୁକାବିଲା କରିବା ଲାଗି ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

publive-image

କୋଣାର୍କ ଏନଏସି କର୍ତ୍ତୁପକ୍ଷଙ୍କ ପକ୍ଷରୁ କୋଣାର୍କ ଏନଏସିର ବରିଷ୍ଠ କର୍ମଚାରୀ ଭାଗିରଥି ବରାଳ ଅନ୍ୟ କର୍ମଚାରୀମାନଙ୍କ ସହିତ ଚନ୍ଦ୍ରଭାଗାରେ ପହଞ୍ଚି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଛନ୍ତି। ସମୁଦ୍ର କୂଳରେ ରହୁଥିବା ମତ୍ସ୍ୟଜୀବୀମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ନିରାପଦ ଦୂରତାକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନୁରୂପ ଭାବେ କୋଣାର୍କ ଚମ୍ପାହାର ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ସମସ୍ତ ଅତ୍ୟାବଶ୍ୟକୀୟ ସରଞ୍ଜାମ ମହଜୁଦ ରଖିବା କାର୍ଯ୍ୟ ଜୋର ଧରିଛି ।

publive-image

ଗୋଟିଏ ପଟରେ ମହାମାରୀ କରୋନାର ପ୍ରକୋପ ଜାରି ରହିଥିବା ସମୟରେ ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ଅପରାହ୍ନରୁ ଚନ୍ଦ୍ରଭାଗା ଉପକୂଳରେ ବଙ୍ଗୋପସାଗର ସାମାନ୍ୟ ଅଶାନ୍ତ ହୋଇପଡ଼ିଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe