Sambad English
ବଲାଙ୍ଗୀର : ଆସନ୍ତା ୧୯ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାଠାରେ ଅନୁଷ୍ଠିତ ହେବ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ଏ ନେଇ ଶୁକ୍ରବାର ବଲାଙ୍ଗୀର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୁଲିସ, ପ୍ରଶାସନ, ଆଦିବାସୀ ସଂଘ ଏବଂ ଯାତ୍ରା କମିଟିର ସଦସ୍ୟମାନେ ଏଥିରେ ସାମିଲ ଥିଲେ। ସାମାଜିକ ଦୂରତା ପାଳନ କରିବା, ବିଶୋଧନ କରିବା ଏବଂ ମାସ୍କ ପିନ୍ଧିବା ଭଳି କୋଭିଡ ନିୟମ ପାଳନ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ଯାତ୍ରା କମିଟିକୁ ଅନୁରୋଧ କରିଥିଲା ପ୍ରଶାସନ।
ଯାତ୍ରା କମିଟିର ଅନୁରୋଧରେ ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନ ଖଳାରେ ଅସ୍ଥାୟୀ ଶୌଚାଳୟ ଏବଂ ପାନୀୟ ଜଳର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ। ସେପଟେ କିନ୍ତୁ ପଶୁବଳିକୁ ନେଇ ପ୍ରଶାସନ ନରମ ଥିବା ଦେଖିବାକୁ ମିଳିଥିଲା। ବିଧି ରକ୍ଷା ପାଇଁ ପଶୁବଳି ଆଦିବାସୀମାନେ ଯେତିକି ଦରକାର ସେତିକି ଦେବେ ବୋଲି ଉପଜିଲ୍ଲାପାଳ କହିଛନ୍ତି। ବ୍ୟାପକ ପଶୁ ବଳି ହେଉଥିବାରୁ ପ୍ରଶାସନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯିବା କଥା। କିନ୍ତୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଶାସନ ତରଫରୁ କୌଣସି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇନାହିଁ। ଅନ୍ୟପଟେ ଆଦିବାସୀ ପରମ୍ପରା ଅନୁଯାୟୀ ପଶୁବଳି ଦିଆଯିବ ବୋଲି ମୁଖ୍ୟ ପୂଜକ ସୋମନାଥ କୁଅଁର କହିଛନ୍ତି।
Follow Us