administration reached out to the helpless couple and provided assistance. Photograph: (sambad.in)
ବୌଦ୍ଧ: ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମର ଚାଷୀ ଦମ୍ପତ୍ତିଙ୍କ ନିକଟରେ ବ୍ଲକ ପ୍ରଶାସନ ବୁଧବାର ଅପରାହ୍ନ ୩ ଟାରେ ପହଞ୍ଚି ସହାୟତାର ହାତ ବଢାଇଛି। ଆମ୍ବଝରୀ ଗ୍ରାମର ପ୍ରେମାନନ୍ଦ ମାଝୀ ଓ ତାଙ୍କ ପତ୍ନୀ କଇନ୍ତା ମାଝୀ ଅତି ଅସହାୟ ଅବସ୍ଥାରେ କାଳାତିପାତ କରୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆସିଥିଲା।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର ଆମ୍ବଝରୀ ଗ୍ରାମରେ ଦୁଃସ୍ଥ ଦମ୍ପତ୍ତିଙ୍କ ଘରେ ପହଞ୍ଚି ଶୁଖିଲା ରାସନ ସାମଗ୍ରୀ ଓ ନିଜ ପକେଟରୁ ପନିପରିବା ଏବଂ ହାତ ଖର୍ଚ୍ଚ ପାଇଁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଅଧିକ ପଢ଼ନ୍ତୁ: ସାରଥିଙ୍କୁ କେନ୍ଦ୍ରାପଡ଼ାକୁ ସର୍ତ୍ତମୂଳକ ପ୍ରବେଶ ଅନୁମତି: ବାରିମୂଳ ଆଶ୍ରମ ମନା
ସେହିପରି ଆବାସ ଯୋଜନାରେ ଏକ ପକ୍କା ଘର ଯୋଗାଇ ଦେବାକୁ ଆବଶ୍ୟକ କାଗଜପତ୍ର ବିଡିଓ ସଂଗ୍ରହ କରିଥିଲେ। ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନ କାର୍ଡର ସମ୍ପାଦକ ଧର୍ମୁଧର ପୋଢ ଓ ଅନ୍ୟ ସ୍ବେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ରହି ବସ୍ତ୍ର, ଖାଦ୍ୟ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
ଅଧିକ ପଢ଼ନ୍ତୁ: ବରଯାତ୍ରୀ ବେଶରେ ବ୍ୟବସାୟୀଙ୍କ ଘରେ ଚଢ଼ାଉ କଲେ ଆୟକର ଅଧିକାରୀ
Follow Us