ଚୁଲାଭଟରେ ବାଲ୍ୟବିବାହ ଅଟକାଇଲା ପ୍ରଶାସନ

Advertisment
ଚୁଲାଭଟରେ ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ନୂଆପଡ଼ା : ନୂଆପଡ଼ା ବ୍ଲକ୍‌ ଚୁଲାଭଟ ପଞ୍ଚାୟତରେ ଏକ ବାଲ୍ୟବିବାହକୁ ନୂଆପଡ଼ା ଚାଇଲ୍ଡ ଲାଇନ୍‌ ଓ ଜିଲ୍ଲା ପ୍ରଶାସନ ଅଟକାଇଛି। ସୂଚନା ପାଇ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ନୂଆପଡ଼ା ଓ ଚାଇଲ୍ଡ ଲାଇନ୍‌ କର୍ମକର୍ତ୍ତା ଉକ୍ତ ଗ୍ରାମକୁ ଯାଇ ଭଦ୍ର ବ୍ୟକ୍ତି, ୱାର୍ଡ ସଭ୍ୟ, ଆଶାକର୍ମୀ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ କରି ବାଲ୍ୟବିବାହ ରୋକିଥିଲେ। ପରେ ନାବାଳିକାଙ୍କୁ ଶିଶୁ ମଙ୍ଗଳ ସମିତିର ସଭ୍ୟ କୁମୁଦ ହୋତାଙ୍କ ନିକଟରେ ଅନ୍‌ଲାଇନ ହାଜର କରାଯାଇଥିଲା। ନୂଆପଡ଼ା ଚାଇଲ୍ଡ ଲାଇନ୍‌ର କାଉନ୍‌ସେଲର ହୋସନା ଅକ୍ତରୀ, ସଦସ୍ୟା ମନସ୍ବିିନୀ ସାହୁ ଓ ଡିଗେଶ୍ବରୀ ସାହୁ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମଣ୍ଡଳ ପରିଦର୍ଶିକା କୌଶଲ୍ୟା ଭୋଇ, ଅଙ୍ଗନବାଡ଼ି କର୍ମୀ ଭୁବନେଶ୍ବରୀ ଦେବାଙ୍ଗନ, ଆଶାକର୍ମୀ ଡିଗେଶ୍ବରୀ ଦେବାଙ୍ଗନ ଓ ୱାର୍ଡ ସଭ୍ୟ ସତିରାମ ଭୁଞ୍ଜିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe