ମୁରିବାହାଲ : ମୁରିବାହାଲ ବ୍ଲକ୍ ଚଣାବାହାଲ ଗାଁରେ ହେବାକୁ ଥିବା ଦୁଇ ନାବାଳିକା ବିବାହକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ଜଣେ ନାବାଳିକାଙ୍କ ବିବାହ ତୁରେକେଲା ଥାନା ଅଞ୍ଚଳରେ ହେବାକୁ ଚୂଡ଼ାନ୍ତ ହୋଇଥିଲା। ଅଭିଯୋଗ ପାଇ ଆଇସିଡିଏସ୍ ସିଡିପିଓ ସରସୀ ପଣ୍ଡା, ସୁପରଭାଇଜର ସତ୍ୟବତୀ ବର୍ଗେ, ଚାଇଲଡ଼୍ଲାଇନ ସଦସ୍ୟ ଶ୍ରୀମନ୍ତ ଥନାପତି, ତପିବର ଭୋଇ ଓ ହୋମଗାର୍ଡ ଚନ୍ଦନ ତାଣ୍ଡି ଗାଁରେ ପହଞ୍ଚି ନାବାଳିକାଙ୍କ ଅଭିଭାବକଙ୍କୁ ବୁଝାଇଥିଲେ। ହେଲେ ସେମାନେ ମାନି ନଥିଲେ। ଶେଷରେ ତୁରେକେଲା ସିଡିପିଓଙ୍କ ସହାୟତାରେ ପୁଅ ଘରକୁ ତାଗିଦ କରି ନାବାଳିକା ବିବାହ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେବା ପରେ ରାଜି ହୋଇଥିଲେ। ସେହିପରି ଗାଁର ଅନ୍ୟ ଜଣେ ନାବାଳିକାଙ୍କ ବିବାହକୁ ମଧ୍ୟ ତାଙ୍କ ଅଭିଭାବକଙ୍କୁ ବୁଝାଇ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ଜଣାପଡ଼ିଛି।
ଚଣାବାହାଲରେ ଦୁଇ ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ
Advertisment
Follow Us