ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ସିଲୁଆଁ ଗାଁର ଜଣେ ନାବାଳିକାଙ୍କୁ ବିବାହ ଉଦ୍ୟମ କରାଯାଉଥିଲା। ଏହାକୁ ଚାଇଲଡଲାଇନ ଓ ପ୍ରଶାସନ ମିଳିତ ଭାବେ ବନ୍ଦ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ନାବାଳିକାଙ୍କ ବିବାହ ପଡ଼ୋଶୀ ନୂଆପଡ଼ା ଜିଲ୍ଲାରେ ଠିକ ହୋଇଥିଲା। ଉଭୟ ପକ୍ଷର ସହମତି ଅନୁସାରେ ଏହି ବିବାହ ଆସନ୍ତା ୧୧ ତାରିଖ ଦିନ ହେବାକୁ ସ୍ଥିର ହୋଇଥିଲା। ତେବେ ନାବାଳିକା ଜଣକ ୧୮ବର୍ଷ ବୟସର ହେବା ପାଇଁ ଆହୁରି ୧୪ ମାସ ବାକି ଥିବା ଜଣା ପଡ଼ିବା ପରେ କେହି ସ୍ୱେଚ୍ଛାସେବୀ ଚାଇଲଡଲାଇନକୁ ସୂଚନା ଦେଇଥିଲେ। ଖବର ପାଇ ବଲାଙ୍ଗୀର ଚାଇଲଡଲାଇନର ସଦସ୍ୟ ଶିବାନନ୍ଦ ବେହେରା ଅଙ୍ଗନବାଡ଼ି କର୍ମୀ, ଟିଟିଲାଗଡ଼ ଶିଶୁ ବିକାଶ ବିଭାଗର ଅଧିକାରୀ ତଥା ପୁଲିସକୁ ଖବର ଦେଇଥିଲେ। ଏହା ସହ ସେ ନିଜେ ଟିଟିଲାଗଡ଼ ଥାନା ଏସ୍ଆଇ ରବୀନ୍ଦ୍ର ସାହୁଙ୍କ ସହ ଗାଁରେ ପହଞ୍ଚି ଏହି ବିବାହକୁ ବନ୍ଦ କରିବା ପାଇଁ ଝିଅର ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ଝିଅର ବାପା ବିବାହ ବନ୍ଦ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଅଧିକାରୀମାନେ ଫେରିଥିଲେ।
Follow Us