ଡେଙ୍ଗୁ ରୋକିବା ଉପରେ ପ୍ରଶାସନର ଗୁରୁତ୍ବ

Advertisment
ଡେଙ୍ଗୁ ରୋକିବା ଉପରେ ପ୍ରଶାସନର ଗୁରୁତ୍ବ

CDC

ଅନୁଗୁଳ: ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ କରାଯାଉଛି। ଏହି ଅବସରରେ ଆଜି ଅପରାହ୍ଣରେ ଜିଲ୍ଲା କୋର୍ଟ ରୁମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେଙ୍ଗୁ ଓ ଡାଇରିଆ ରୋଗରୁ ରକ୍ଷା ପାଇବା ନେଇ ସଚେତନତା ଉପରେ ଗୁରୁତ୍ବ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ବବିତା ପ୍ରଧାନ ଯୋଗ ଦେଇ ବର୍ଷା ଦିନେ ଡେଙ୍ଗୁ ଓ ଡାଇରିଆ ଅଧିକ ହେଉଥିବାରୁ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦଗାତା ଡେଙ୍ଗୁ ରୋଗର ପ୍ରତିକାର ଓ ନିୟନ୍ତ୍ରଣ ତଥା ବିଭିନ୍ନ ବିଭାଗର ଭୂମିକା ଓ ଦାୟିତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା, ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଡା. ବିନୋଦ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe