ପୁରୀ : ସ୍ବର୍ଗଦ୍ବାର ନୂଆ ରୂପ ପାଇଥିବା ବେଳେ ଧୀରେଧୀରେ ବିଭିନ୍ନ ବ୍ଲକ୍ର ନିର୍ମାଣ କାର୍ଯ୍ୟ ଶେଷ ହେଉଛି। ଏହି କ୍ରମରେ ଆଜି ସ୍ବର୍ଗଦ୍ବାର ପ୍ରଶାସନିକ ବ୍ଲକ୍, ଜାଳେଣି କାଠ କେନ୍ଦ୍ର, ପଞ୍ଜୀକରଣ କେନ୍ଦ୍ର, ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ର ଓ ଚା ଜଳଖିଆ ଖାଇବା ପାଇଁ ଉଦ୍ଦିଷ୍ଟ କାଫେଟେରିଆ ନିର୍ମାଣ କାର୍ଯ୍ୟ ଶେଷ ପରେ ଏହାକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ସ୍ବର୍ଗଦ୍ବାରର ଉନ୍ନତୀକରଣ ଓ ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୫କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଶବଦାହ କରିବାକୁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଦୃଷ୍ଟିରେ ରଖି ବିଭିନ୍ନ ସୁବିଧା କରାଯାଇଛି। ଦାହ ପାଇଁ ସ୍ବତନ୍ତ୍ର ପିଣ୍ଡି ସହ ଅସ୍ଥି ରଖିବା ପାଇଁ ସ୍ଥାନ, ପାନୀୟ ଜଳ ବ୍ୟବସ୍ଥା, ସିସିଟିଭି, ପ୍ରତୀକ୍ଷା ଗୃହ, ଶୌଚାଳୟ ଆଦି କରାଯାଇଛି। ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ସ୍ବର୍ଗଦ୍ବାରର ବିକାଶ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us