ଝାରସୁଗୁଡ଼ା ମଦ ମୃତ୍ୟୁ ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ

Advertisment
ବିହାରରେ ବିଷାକ୍ତ ମଦ ପିଇ ୨୨ ମୃତ

NCR News

ଝାରସୁଗୁଡ଼ା : ଝାରସୁଗୁଡ଼ା ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏସ୍‌ପିଙ୍କ ସହ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱେଣେ କହିଛନ୍ତି। ସେପ‌ଟେ, ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ଗୁରୁବାର ସକାଳେ ଲଇକେରା ଥାନା ରଙ୍ଗିଆଟିକ୍ରା ଗ୍ରାମର ଗିରୀଶ ରଣବିଡ଼ା (୩୪ ବର୍ଷ)ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହୋଇ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ, ଡାକ୍ତର ତା’ଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବଦିନ ଅର୍ଥାତ୍‌ ବୁଧବାର ଗିରୀଶ ଗ୍ରାମର ଏକ କୁଚିଆ ଭାଟିରୁ ‘ଚିଲଛାପ’ ଦେଶୀମଦ ପିଇବାପରେ ଆଉ ଘରୁ ବାହାରି ନ ଥିଲେ ବୋଲି ତାଙ୍କ ସମ୍ପର୍କୀୟ ଭାଇ ସୂଚନା ଦେଇଛନ୍ତି। ଦ୍ବିତୀୟ ଘଟଣାରେ ଓରିଏଣ୍ଟ ଥାନା ଚୁଆକାନି ଗ୍ରାମର ଅଜୟ ଖଡ଼ିଆ(୨୫ବର୍ଷ) ବୁଧବାର ରାତିରେ ନିଶାସକ୍ତ ଅବସ୍ଥାରେ କାମରୁ ଫେରି ଘର ବାରଣ୍ଡାରେ ଶୋଇଥିଲେ। ରାତି ପ୍ରାୟ ୩ଟାରେ ପରିବାର ଲୋକେ ଦେଖିବା ବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତୁରନ୍ତ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ସୂଚନା ଅନୁସାରେ, ଗତ ବର୍ଷକ ମଧ୍ୟରେ ଅଜୟଙ୍କୁ ମିଶାଇ ଏହି ପରିବାରର ୩ ଜଣଙ୍କ ମୃତ୍ୟୁ ହେଲାଣି। କିଛି ମାସ ତଳେ ତାଙ୍କ ଭାଇଙ୍କ ଦେହାନ୍ତ ହୋଇଥିବା ବେଳେ ଏହା ପୂର୍ବରୁ ତା’ଙ୍କ ବାପାଙ୍କ ପରଲୋକ ହୋଇଥିଲା। ଅଜୟଙ୍କ ମୃତ୍ୟୁ ପରେ ଏହି ପରିବାର ପୁରୁଷଶୂନ୍ୟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe