କୋଟିଆ ପ୍ରସଙ୍ଗ: ବିଜେଡି ବିଧାୟକ ସୌମ୍ୟରଞ୍ଜନ କହିଲେ ପ୍ରଶାସନିକ ସ୍ତରରେ ହୋଇଛି ଅବହେଳା

Advertisment
କୋଟିଆ ପ୍ରସଙ୍ଗ: ବିଜେଡି ବିଧାୟକ ସୌମ୍ୟରଞ୍ଜନ କହିଲେ ପ୍ରଶାସନିକ ସ୍ତରରେ ହୋଇଛି ଅବହେଳା

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ରାଜନୀତି ଜୋର ଧରୁଥିବା ବେଳେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ାର ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୌମ୍ୟରଞ୍ଜନ କହିଛନ୍ତି କି, ପରିସ୍ଥିତି ଏପରି ଅବସ୍ଥାରେ ପହଞ୍ଚିବା ନେଇ ପ୍ରଶାସନିକ ସ୍ତରରେ ଅବହେଳାକୁ ସେ ସ୍ୱୀକାର କରୁଛନ୍ତି । କୋଟିଆ ପ୍ରସଙ୍ଗରେ ଆଗରୁ ଚାହିଁଥିଲେ ସମାଧାନ ହୋଇପାରିଥାଆନ୍ତା । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ସରକାର ଲଢ଼େଇ ପାଇଁ ବାହାରିଛନ୍ତି । ତେଣୁ ସଭିଏଁ ମିଳିମିଶି ଏହି ପ୍ରସଙ୍ଗରେ ଛିଡ଼ା ହେବା । ଏଥିସହ ସେ କହିଛନ୍ତି ଯେ ରାଜ୍ୟ ରାଜ୍ୟ ମଧ୍ୟରେ ସୀମାକୁ ନେଇ ସମସ୍ୟା କିଛି ନୂଆ କଥା ନୁହେଁ। ଏଇ ଯେପରି ଛତିଶଗଡ଼ ସହ ଆମର ମହାନଦୀକୁ ନେଇ ବିବାଦ ଚାଲିଛି। ସମସ୍ତେ ମିଳିମିଶି ଲାଗିଲେ ଏହାର ସମାଧାନ ହୋଇପାରିବ।

ସେପଟେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ଓଡ଼ିଶାର ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି କରୁଛନ୍ତି । କୋଟିଆରେ ଆନ୍ଧ୍ରର ନିର୍ବାଚନ କରିବା ପ୍ରସଙ୍ଗରେ ସମସ୍ତ କାଗଜପତ୍ର ପ୍ରସ୍ତୁତି ରଖିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ସମସ୍ତ ଦସ୍ତାବିଜ ପ୍ରସ୍ତୁତି ଲାଗି କହିଛନ୍ତି । ମାମଲା ଶୁଣାଣି ପୂର୍ବରୁ କାଲି ଭିଡିଓ କନଫରେନ୍ସିଂ ଜରିଆରେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟର ମାମଲା ଲଢ଼ୁଥିବା ଓକିଲଙ୍କୁ ଏ ନେଇ ଅବଗତ କରିବାକୁ କୁହାଯାଇଛି । ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ସରକାର । ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe