Prameyanews.com
ବରଗଡ଼: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରବିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏଥିରେ ଉପନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦିଆଯାଇଛି। ଗତକାଲିଠାରୁ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି। ବୁଥ୍ ଚିହ୍ନଟ ସହ ପୋଲିଂ ଅଧିକାରୀ, ନୋଡାଲ ଅଫିସର ନିଯୁକ୍ତି କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ପୂର୍ବରୁ ମାଓ ଗତିବିଧି ରହିଛି।
ତେଣୁ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୯ ପ୍ଲାଟୁନ ସିଏପିଏ ଫୋର୍ସ ଯୋଗାଇବା ପାଇଁ ସରକାରଙ୍କୁ ଜଣାଯାଇଥିବା ଏସ୍ପି ସ୍ମିତ ପରମାର ପୁରୁଷୋତ୍ତମ ଦାସ ସୂଚନା ଦେଇଛନ୍ତି। ବୈଠକରେ ଡିଆର୍ଡିଏ ପିଡି ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ କୃତିବାସ ରାଉତ, ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର, ଡିଆଇପିଆର୍ଓ କଲ୍ୟାଣୀ ଦାଶଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତା ଉପସ୍ଥିତ ଥିଲେ।
Follow Us