ମହେନ୍ଦ୍ରଗିରିରେ ମହାଶିବରାତ୍ରୀ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

Advertisment
ମହେନ୍ଦ୍ରଗିରିରେ ମହାଶିବରାତ୍ରୀ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାଶିବରାତ୍ରୀ ଉତ୍ସବ। ଗଜପତିବାସୀ ଏହାକୁ ଉତ୍ସାହର ସହ ପାଳନ କରୁଥିବାରୁ ମହେନ୍ଦ୍ରଗିରିରେ ବିପୁଳ ଜନସମାଗମ ହୋଇଥାଏ। ତେଣୁ ପ୍ରଶାସନ ପକ୍ଷରୁ ଏହାକୁ ସୁରୁଖୁରୁରେ ସାରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରା ଯାଇଥାଏ । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଏହାକୁ କିଭଳି ପାଳନ କରାଯିବ ସେ ନେଇ ଗୁରୁବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା। କେତେକ ଏହାକୁ ଚଳିତ ବର୍ଷ ବନ୍ଦ ରଖିବା ପାଇଁ ନିଜର ମତ ଦେଇଥିବା ବେଳେ ଆଉ କିଛି କରୋନା କଟକଣା ମଧ୍ୟରେ ଏହାକୁ ପାଳନ କରିବା ପାଇଁ ମତ ରଖିଥିଲେ। ତେବେ ମାର୍ଚ୍ଚ ମାସ ପାଇଁ ସରକାରୀ ଗାଇଡ୍‌ଲାଇନ୍‌ ଆସିବା ପରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା।

ବୈଠକରେ ଗତବର୍ଷର ଆୟବ୍ୟୟର ହିସାବ ପ୍ରଦାନ କରା ଯାଇଥିଲା। ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ବୈଠକରେ ଏସ୍‌.ପି ତପନ କୁମାର ପଟ୍ଟନାୟକ, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡ଼ି, ଡିଆର୍‌ଡିଏ ମହେଶ ଚୌଧୁରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀ ସାମିଲ ଥିଲେ। ପ୍ରକାଶ ଥାଉକି ମହେନ୍ଦ୍ରଗିରି ଶିଖରକୁ  ଯିବାପାଇଁ ବୁରୁଖତ ଠାରୁ ନୂତନ ରାସ୍ତା ନିର୍ମାଣ ହୋଇଥିବା ବେଳେ ମାତ୍ର ୧କିମି. ରାସ୍ତା ନିର୍ମାଣ ବାକି ରହିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe