ଆସନ୍ତାବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା

Advertisment

ଦ୍ବିତୀୟ ଏମ୍‌ସ୍‌ ନେଇ ଉତ୍ତର ଦେଇନାହାନ୍ତି କେନ୍ଦ୍ର ସରକାର

ଦ୍ବିତୀୟ ଏମ୍‌ସ୍‌ ନେଇ ଉତ୍ତର ଦେଇନାହାନ୍ତି କେନ୍ଦ୍ର ସରକାର

ଓଡିଶାରେ ମଙ୍କିପକ୍ସ ନେଇ ଜିଲ୍ଲାସ୍ତରରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ନବ ଦାସ

ଭୁବନେଶ୍ବର : ଆସନ୍ତା ୨୦୨୨/୨୩ ଶିକ୍ଷାବର୍ଷରୁ ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ନିଜସ୍ବ ଖର୍ଚରେ ୧୦୦ଜଣ ଏମ୍‌ବିବିଏସ୍‌ ଛାତ୍ର ନାମ ଲେଖାଇବା ସହ ୫ ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ବିଧାନସଭା‌ରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ।

ଶ୍ରୀ ଦାସ କହିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ଓ ଏନ୍‌ଟିପିସି ମଧ୍ୟରେ ୨୦୧୩ ଡିସେମ୍ବର ୩ ତାରିଖରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ବୁଝାମଣାପତ୍ର ଅନୁଯାୟୀ, ଏନ୍‌ଟିପିସି ଏହାର ସାମାଜିକ ଦାୟିତ୍ବବୋଧ ଭିତ୍ତିରେ ସୁନ୍ଦରଗଡ଼ରେ ଏକ ମେଡିକାଲ କଲେଜ ଓ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ୩୫୦ କୋଟି ପ୍ରାରମ୍ଭିକ ମୂଲ୍ୟ ଧାର୍ଯ୍ୟ ହୋଇଥିଲା। ରାଜ୍ୟ ସରକାର ଏଥିପାଇଁ ବିନା ମୂଲ୍ୟରେ ୨୧ ଏକର ଜମି ଯୋଗାଇ ଦେଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ଆଇନଜୀବୀ ଓ ସାଧାରଣ ଜନତାଙ୍କ ଦାବି ସହ ଏନ୍‌ଟିପିସି ଦ୍ବାରା ସୁନ୍ଦରଗଡ଼ରେ ନିର୍ମାଣ ହୋଇଥିବା ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମି, ପଶ୍ଚିମ ଓଡ଼ିଶାର ଜନଜାତିର ବହୁଳତା, ଆକାଶ ମାର୍ଗର ସୁବିଧା ଓ ଉନ୍ନତମାନର ରୋଗୀ ସେବାକୁ ନଜରରେ ରଖି ଏଠାରେ ରାଜ୍ୟର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା କରିବା ଲାଗି ଗତବର୍ଷ ନଭେମ୍ବରରେ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲି। ଚଳିତ ବର୍ଷ ମାର୍ଚ ୧୫ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ଅନୁରୋଧ କରିଥିଲି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୬ଜଣିଆ କେନ୍ଦ୍ରୀୟ ଟିମ୍ ଚଳିତବର୍ଷ ଏପ୍ରିଲରେ ସୁନ୍ଦରଗଡ଼ ଆସିଥିଲେ। ଭୁବନେଶ୍ବର ଏମ୍‌ସର ନିର୍ଦେଶିକା ଗୀତାଞ୍ଜଳି ବି.ଙ୍କ ନେତୃତ୍ବରେ ଟିମ୍ ସନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଭିତ୍ତିଭୂମି ପରିଦର୍ଶନ କରି ସେମାନଙ୍କର ସନ୍ତୁଷ୍ଟି ପ୍ରକାଶ କରିଥିଲେ। କ୍ଷେତ୍ର ପରିଦର୍ଶନ କରିବା ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଏମ୍‌ସ ପ୍ରତିଷ୍ଠା ପାଇଁ ୨ଶହ ଏକର ଜମିର ଆବଶ୍ୟକତା ଥିବା କଥା ଉଠାଇଥିଲେ। ତେବେ କଲେଜ ପରିସୀମାକୁ ଲାଗି ପର୍ଯ୍ୟାପ୍ତ ସରକାରୀ ଜମିକୁ ଏମ୍‌ସ ପ୍ରତିଷ୍ଠା ପାଇଁ ଦିଆଯାଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ। ଏହାସହ ସୁନ୍ଦରଗଡ଼ଠାରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। କେନ୍ଦ୍ରୀୟ ଟିମ୍ ଫେରିବା ପରେ ଏକ ଚିଠା ପ୍ରସ୍ତୁତ କରିଥିଲେ ଓ ଡିଏମ୍‌ଇଟିଙ୍କ ଏ ସଂକ୍ରାନ୍ତରେ ମତାମତ ଲୋଡ଼ିଥିଲେ। ଡିଏମ୍‌ଇଟିଙ୍କ ପକ୍ଷରୁ ଚଳିତ ମାସ ଏପ୍ରିଲ ୯ତାରିଖରେ ଏହି କମିଟିର ସଦସ୍ୟ ତଥା ପିଏମ୍‌ଏସ୍‌ଏସ୍‌ୱାଇର ନିର୍ଦେଶକ ନରେନ୍ଦ୍ର କୁମାର ଓଝାଙ୍କୁ ଦ୍ବିତୀୟ ଏମ୍‌ସ୍‌ ପ୍ରତିଷ୍ଠା ନେଇ ପତ୍ର ମାଧ୍ୟମରେ ଜଣାଇଥିଲେ। ହେଲେ ଏହା ଭିତରେ ୫ମାସ ବିତି ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ। ତେଣୁ ଏନ୍‌ଟିପିସି ସହିତ ଚୁକ୍ତିନାମା ଓ ସୁନ୍ଦରଗଡ଼ବାସୀଙ୍କ ଆଶାକୁ ନଜରରେ ରଖି ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା ଓ ରୋଗୀସେବା ଆରମ୍ଭ ହେବ। କେନ୍ଦ୍ର ସରକାର ଯଦି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇ ନିଷ୍ପତ୍ତି ନିଅନ୍ତି, ତାହାଲେ ରାଜ୍ୟ ସରକାର ଏଥିପାଇଁ ସମସ୍ତ ସହଯୋଗ କରିବେ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe