ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷଣ ପ୍ରସଙ୍ଗ : ବଦଳିଲା ନାମଲେଖା କ୍ୟାଲେଣ୍ଡର

Advertisment
ସବୁ ନିୟମ ମାନି ସ୍କୁଲ ଖୋଲା ଯାଇପାରେ: ସ୍ବାସ୍ଥ୍ୟ ନିର୍ଦେଶକ

Daily Excelsior

ଏବେ ସୁଦ୍ଧା ପଞ୍ଜୀକରଣ କଲେଣି ୧୮୯୦ ସ୍କୁଲ
ଗୋଟିଏ ସ୍କୁଲର ଭିତ୍ତିଭୂମି ଯାଞ୍ଚ ହୋଇଛି

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ-୨୦୦୯ର ପାରା ୧୨.୧(ସି) ଅନୁଯାୟୀ, ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ତେବେ ରାଜ୍ୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ ଲାଗୁ ହେଉ ନଥିବା ଦୃଷ୍ଟିକୁ ଆସିବା ପରେ ୨୦୨୧-୨୨ ଶିକ୍ଷାବର୍ଷରୁ ଅନଲାଇନ୍‌ରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁଯାୟୀ ଫେବ୍ରୁଆରି ୨୦ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ନା‌ମଲେଖା ପ୍ରକ୍ରିୟା କରିବାକୁ ସ୍ଥିର ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ ସୁଦ୍ଧା ଗଣଶିକ୍ଷା ବିଭାଗର ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇ ନଥିବାରୁ ଏବେ ନାମଲେଖା କ୍ୟାଲେଣ୍ଡରରେ ପରିବର୍ତନ କରାଯାଇଛି। ନୂତନ ଧାର୍ଯ୍ୟ ସମୟ ଅନୁଯାୟୀ ଜୁନ୍‌ ୭ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଜାରି ରହିବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୨୫ରୁ ଆରମ୍ଭ ହୋଇଥିବା ବେସରକାରୀ ସ୍କୁଲଗୁଡ଼ିକର ପଞ୍ଜୀକରଣ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୨୫ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ପଞ୍ଜୀକୃତ ହୋଇଥିବା ସ୍କୁଲଗୁଡ଼ିକୁ ଯାଞ୍ଚ କରିବେ। ମାର୍ଚ୍ଚ ୨୬ରୁ ଏପ୍ରିଲ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ, ଏପ୍ରିଲ ୨୦ରୁ ମେ’ ୩ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ କାଗଜପତ୍ର ଯାଞ୍ଚ ହେବ। ମେ’ ୬ରେ ପ୍ରଥମ ପର୍ଯ୍ୟାୟ ଅନଲାଇନ୍‌ ଲଟେରି ଓ ସ୍କୁଲ ଆଲଟମେଣ୍ଟ ହେବ ଏବଂ ମେ’ ୭ରୁ ୧୭ ମଧ୍ୟରେ ସ୍କୁଲଗୁଡ଼ିକରେ ନାମଲେଖା ଅନୁଷ୍ଠିତ ହେବ। ସେହିପରି ମେ’ ୭ରୁ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ହେବାକୁ ଥିବା ବେଳେ ମେ’ ୧୮ରୁ ୨୭ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ ହେବ। ମେ’ ୩୧ରେ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରି ଓ ସ୍କୁଲ ଆଲଟମେଣ୍ଟ ହେବ ଏବଂ ଜୁନ୍‌ ୧ରୁ ୭ ସ୍କୁଲରେ ନାମଲେଖା ଅନୁଷ୍ଠିତ ହେବ।

ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ସୁଦ୍ଧା ରାଜ୍ୟର ୧୮୯୦ ଘରୋଇ ସ୍କୁଲ ପଞ୍ଜୀକରଣ କରିଛନ୍ତି। ୧୦ ଦିନ ଭିତରେ ଏତେ କମ୍‌ ସଂଖ୍ୟକ ସ୍କୁଲ ପଞ୍ଜୀକରଣ କରିବା ଚିନ୍ତାର ବିଷୟ। କାରଣ ଓଡ଼ିଶାରେ ୬ ହଜାରରୁ ଅଧିକ ଘରୋଇ ବିଦ୍ୟାଳୟ ରହିଛି। ହାତରେ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ ୪୨୦୦ ସ୍କୁଲ କିଭଳି ପଞ୍ଜୀକରଣ କରିବେ, ତାହା ଏବେ ଦେଖିବାକୁ ବାକି ରହିଲା। ସେପଟେ ପଞ୍ଜୀକୃତ ହୋଇଥିବା ୧୮୯୦ ସ୍କୁଲ ମଧ୍ୟରୁ ମାତ୍ର ଗୋଟିଏ ବିଦ୍ୟାଳୟକୁ ଯାଞ୍ଚ କରାଯାଇଛି, ଯାହାକି ବହୁତ କମ୍‌। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଡିଇଓ ଓ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ତଥା ଅନ୍ୟାନ୍ୟ ସ୍ଥାନୀୟ କର୍ତୃପକ୍ଷଙ୍କଠାରୁ ସିଓଆର୍‌ ପାଇଥିବା ଘରୋଇ ସ୍କୁଲ rteparadarshi@gmail.com ପୋର୍ଟାଲରେ ପ୍ରଥମେ ପଞ୍ଜୀକରଣ କରିବେ ଏବଂ ୨୦୦୯ ଶିକ୍ଷା ଅଧିକାର ଆଇନ ବଳରେ ୨୫% ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ୨୫% ସିଟ୍‌ ମଧ୍ୟରୁ ୧୫%ରେ ଅବହେଳିତ ବର୍ଗର ପିଲା ନାମ ଲେଖାଇବେ। ଏଥିରେ ୧୦% ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀ ଓ ବାକି ୫% ସିଟ୍‌ରେ ବାସଗୃହ ନ ଥିବା ଛାତ୍ରଛାତ୍ରୀ, ଶିଶୁ ଶ୍ରମିକ, ରାସ୍ତାପାର୍ଶ୍ବ ଶିଶୁ, ଭିକ୍ଷାବୃତ୍ତି କରୁଥିବା ଆଦି ପିଲାଙ୍କ ନାମଲେଖା ହେବ। ୧୦% ସିଟ୍‌ରେ ଦୁର୍ବଳ ଶ୍ରେଣୀ ତଥା ବିପିଏଲ୍‌ କାର୍ଡଧାରୀ ପରିବାରର ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe