The Indian Expert
ଭୁବନେଶ୍ବର : କୋଭିଡ୍-୧୯କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ସମୟ ସୀମାକୁ ବୃଦ୍ଧି କରାଯାଇଛି। ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଜୁଲାଇ ୧୫ରେ ନାମଲେଖା ଶେଷ ହେଉଥିଲା। କରୋନା କଟକଣା ଯୋଗୁଁ ନାମଲେଖା ସମୟ ସୀମାକୁ ବୃଦ୍ଧି କରାଯାଇଛି। ଅଗଷ୍ଟ ୧୪ ଯାଏ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ପୂର୍ବରୁ ଜାରି ହୋଇଥିବା ଗାଇଡ୍ଲାଇନ୍କୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି।
Follow Us