SCERT Odisha
ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷରେ ବିଏଡ୍ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ଯୋଗାଇ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ୭ଟି ବିଏଡ୍ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ ଗୁରୁବାର ଦିନ ଅଧ୍ୟକ୍ଷମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ହଷ୍ଟେଲରେ ଥିବା ସିଟ୍ରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଉଛି। ତେଣୁ ଆପଣଙ୍କସ୍ତରରେ ଏ ଦିଗରେ ପଦକ୍ଷେପ ନେବା ସହ ନିୟମ ଅନୁଯାୟୀ ପ୍ରାର୍ଥୀଙ୍କୁ ସିଟ୍ ଆଲଟ୍ମେଣ୍ଟ କରନ୍ତୁ।
୭ଟି ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କ ପାଇଁ ୩୧୭ ଓ ଛାତ୍ରୀଙ୍କ ଲାଗି ୩୮୮ଟି ହଷ୍ଟେଲ ସିଟ୍ ରହିଛି। ହଷ୍ଟେଲ ବାବଦରେ ଛାତ୍ରଛାତ୍ରୀଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ, ସେନେଇ ଅଧ୍ୟକ୍ଷମାନଙ୍କୁ ଜଣାଇ ଦିଆଯାଇଛି। କଟକସ୍ଥିତ ଆରଏନ୍ଆଇଏଏସ୍ଇ ଓ ଏଚ୍ଟିଟିଆଇ, ସମ୍ବଲପୁରସ୍ଥିତ ଡିଆର ପିଏମ୍ଆଇଏଏସ୍ଇ, ବାଲେଶ୍ବର ଓ ବଲାଙ୍ଗୀରସ୍ଥିତ ସିଟିଇ, ଭୁବନେଶ୍ବରସ୍ଥିତ ଏନ୍ଡିଡବ୍ଲୁ ସିଟିଇ, ଅନୁଗୁଳସ୍ଥିତ ଏନ୍କେସି ସିଟିଇରେ ଥିବା ହଷ୍ଟେଲଗୁଡ଼ିକରେ ଏହି ନାମଲେଖା କରାଯିବ।
Follow Us