ଇଂଜିନିୟରିଂ କଲେଜରେ ନାମ ଲେଖା ଅବଧି ୫ଦିନ ବୃଦ୍ଧି

Advertisment
ନବମରୁ ଯୁକ୍ତ ୨ ପିଲାଙ୍କ ପାଇଁ ‘ସାହିତ୍ୟ ସଂପାନ’

indianexpress.com

ଭୁବନେଶ୍ବର : ରାଜ୍ୟରେ ସରକାରୀ ଓ ଘରୋଇ ଇଂଜିନିୟରିଂ କଲେଜଗୁଡ଼ିକରେ ନାମଲେଖା ଅବଧିକୁ ୫ଦିନ ବୃଦ୍ଧି କରାଯାଇଛି। ଆଜି ଲୋକସେବା ଭବନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସୂଚନା ଦିଆଯାଇଛି। ବୈଠକରେ କୁହାଯାଇଛି ଯେ, ଚଳିତବର୍ଷ ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜଗୁଡ଼ିକରେ ୧୨ହଜାର ୫୩୬ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଗତବର୍ଷଠାରୁ ଚଳିତ ବର୍ଷ ୪ହଜାର ଅଧିକ ବିଦ୍ୟାର୍ଥୀ ନାମ ଲେଖାଇଥିଲେ ମଧ୍ୟ ୬୦.୩୭ପ୍ରତିଶତ ସ୍ଥାନ ଖାଲି ରହିଛି। ଏହାକୁ ଦୃଷ୍ଟିରେ ରଖି ନାମଲେଖା ଅବଧିକୁ ଆଉ ୫ଦିନ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ସରକାରୀ ଇଂଜିନିୟରିଂ କଲେଜରେ ୮୦.୮୮ ପ୍ରତିଶତ ସ୍ଥାନ ପୂରଣ ହୋଇ ସାରିଥିବାବେଳେ ଘରୋଇ ଇଂଜିନିୟରିଂ କଲେଜରେ ୩୩.୮୭ ପ୍ରତିଶତ ସ୍ଥାନ ପୂରଣ ହୋଇଛି। ବୈଠକରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ‌ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ରେଘୁ ଜୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe