ଉପସ୍ଥାନ ଖାତାରେ ଆଗୁଆ ଦସ୍ତଖତ, ଦରମା ବନ୍ଦ

ଉପସ୍ଥାନ ଖାତାରେ ଆଗୁଆ ଦସ୍ତଖତ, ଦରମା ବନ୍ଦ

OdishaTV

କେନ୍ଦୁଝର: ଗତ ୩୦ ତାରିଖ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ହଠାତ ଝୁମ୍ପୁରା ବ୍ଲକ ମଲଦା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ହେଲେ ଉପସ୍ଥାନ ଖାତାରେ ତାଙ୍କର ଦସ୍ତଖତ ଥିଲା। ଏହା ଦେଖିବା ପରେ ଜିଲ୍ଲା ଶିକ୍ଷାଧିକାରୀ ବିରକ୍ତି ପ୍ରକାଶ କରିବା ସହିତ ଶ୍ରୀ ମହାନ୍ତଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁସନ୍ଧାନ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସେଠୀ ଜାଣିବାକୁ ପାଇଥିଲେ ଯେ ପ୍ରଧାନ ଶିକ୍ଷକ ୨୯ ତାରିଖରେ ଉପସ୍ଥାନ ଖାତାରେ ଆଗୁଆ ଦସ୍ତଖତ କରିଛନ୍ତି।

ବିଦ୍ୟାଳୟକୁ ଆସିବାର ସମୟ ସାଢ଼େ ୯ଟା ଧାର୍ଯ୍ୟ ହୋଇଥିଲେ ହେଁ ସେଦିନ ୧୧ ଟା ୪୫ ରେ ବିଦ୍ୟାଳୟକୁ ପହଞ୍ଚିଥିଲେ। କେବଳ ଏହି ଦିନ ନୁହେଁ ପୂର୍ବରୁ ଏଭଳି ଅନେକ ଥର ବିଳମ୍ବରେ ବିଦ୍ୟାଳୟ ଆସୁଥିବା ଜାଣିବାକୁ ପାଇଥିଲେ। ପ୍ରଧାନ ଶିକ୍ଷକଙ୍କ ନାମରେ ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ସତ୍ୟାସତ୍ୟ ଜାଣିବା ପରେ ଗୋଟିଏ ଦିନର ଦରମା ବନ୍ଦ କରିବା ସହ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସନ୍ତୋଷଜନକ ଉତ୍ତର ନ ମିଳିଲେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଚାନକ ଗସ୍ତ ଯୋଗୁଁ ଅନିୟମିତ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe