Odisha Bytes
ବାଲେଶ୍ବର: ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍ସ ସାଟେଲାଇଟ୍ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆସନ୍ତା ୧୬ ଓ ୧୭ ତାରିଖ ଦୁଇଦିନ ଧରି ଚାଲିବ। ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିବେ।
ଏହି ଦୁଇଦିନରେ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ବିଭାଗର ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଏବଂ ସ୍କିନ୍(ଚର୍ମ ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର ମନୋଜ କୁମାର ନାୟକ ରୋଗ ସମ୍ବନ୍ଧରେ ପରାମର୍ଶ ଦେବେ। ରୋଗ ଦେଖାଇବାକୁ ହେଲେ ୭୬୫୬୮୯୮୯୦୭/ ୯୪୩୮୨୧୩୮୨୨ ନମ୍ବରରେ ଯୋଗାଯୋଗ କରି ଆଗୁଆ ପଞ୍ଜୀକରଣ କରିବାକୁ ଏମ୍ସ ପକ୍ଷରୁ କୁହାଯାଇଛି।
Follow Us