ନୂଆ କୃଷି ସଚିବଙ୍କ ପରାମର୍ଶ: ପ୍ରତି ଶୁକ୍ରବାର ହସ୍ତତନ୍ତ ପିନ୍ଧନ୍ତୁ

ନୂଆ କୃଷି ସଚିବଙ୍କ ପରାମର୍ଶ: ପ୍ରତି ଶୁକ୍ରବାର ହସ୍ତତନ୍ତ ପିନ୍ଧନ୍ତୁ

News Room Odisha

ଭୁବନେଶ୍ବର : କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଡ. ଅରବିନ୍ଦ ପାଢୀ ଦାୟିତ୍ବ ନେବା ପରେ ରାଜ୍ୟ ସରକାରଙ୍କ ଦୁଇଟି ନିର୍ଦେଶକୁ କଡ଼ାକଡ଼ି ପାଳନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମତଃ ରାଜ୍ୟରେ ଥିବା ସମସ୍ତ କୃଷି କାର୍ଯ୍ୟାଳୟକୁ ମଦ, ପାନ, ବିଡ଼ି, ସିଗାରେଟ, ତମାଖୁ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ନିଶା ଠାରୁ ମୁକ୍ତ ରଖିବା ପାଇଁ ନିର୍ଦେଶ ହୋଇଛି। କାର୍ଯ୍ୟାଳୟରେ କେହି ଏଭଳି କୌଣସି ପ୍ରକାର ନିଶା କରୁଥିବା ଜଣାପଡ଼ିଲେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି। କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସପ୍ତାହର ଅନ୍ତତଃ ଗୋଟିଏ ଦିନ ଶୁକ୍ରବାର ହସ୍ତତନ୍ତ ଲୁଗା ପିନ୍ଧିବା ପାଇଁ ପ୍ରମୁଖ ଶାସନ ସଚିବ ଅନୁରୋଧ କରିଛନ୍ତି। କୃଷି ନିର୍ଦେଶାଳୟ ଏବଂ ନିଗମରେ ମଧ୍ୟ ଏହା କାର୍ଯ୍ୟକାରୀ ହେବ। ରାଜ୍ୟର ବୁଣାକାରଙ୍କ ସମ୍ମାନ ପାଇଁ ଏଭଳି ଅନୁରୋଧ କରାଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe