The Indian Express
ଭୁବନେଶ୍ବର : କୋଭିସିଲ୍ଡ ଟିକା ନେବା ପରେ କିଛି ଲୋକଙ୍କଠାରେ ଥ୍ରମ୍ବୋସିସ୍ ଓ ଥ୍ରମ୍ବୋସାଇଟୋପେନିକ ସିଣ୍ଡ୍ରୋମ୍ ବା ଟିଟିଏସ୍ ଦେଖିବାକୁ ମିଳୁଛି। ଦେଶରେ ୧୦ଲକ୍ଷ ଡୋଜ୍ରେ ୦.୬୧ ପ୍ରତିଶତ ଲୋକଙ୍କଠାରେ ଏହା ନଜରକୁ ଆସିଛି। ମାତ୍ର ‘କୋଭାକ୍ସିନ୍’ କ୍ଷେତ୍ରରେ ଏଭଳି କୌଣସି ଘଟଣା ନଜରକୁ ଆସିନାହିଁ। ଯଦିଓ ଏଭଳି ଘଟଣା ବେଶ ନଗଣ୍ୟ ତଥାପି ଏହାର ଚିକିତ୍ସା ଅତ୍ୟନ୍ତ ଜରୁରୀ।
ବୁଧବାର ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ସିଡିଏମ୍ଓଙ୍କୁ ନିର୍ଦେଶାବଳୀ ଜାରି ହୋଇଛି। ବ୍ରିଟେନ୍ରେ ପ୍ରତି ୧୦ଲକ୍ଷ ଡୋଜ୍ରେ ୪ଜଣଙ୍କଠାରେ ଓ ଜର୍ମାନିରେ ୧୦ଜଣଙ୍କଠାରେ ଟିଟିଏସ୍ ଦେଖା ଯାଉଥିବା ବେଳେ ଭାରତରେ ଏହା ଯଥେଷ୍ଟ କମ୍ ରହିଛି। ଟିକାର ପାର୍ଶ୍ବ ପ୍ରତିକ୍ରିୟା ବା ଏଇଏଫ୍ଆଇ ପାଇଁ ଗଠିତ ହୋଇଥିବା ଜାତୀୟସ୍ତରୀୟ କମିଟି ୨ଟି ଉପାଦେଶାବଳୀ ଜାରି କରିଛି। ଏଥିରେ କରୋନା ଟିକାକରଣ ପରେ ଯଦି ଟିଟିଏସ୍ର ଚିହ୍ନଟ ଓ ଚିକିତ୍ସା କରିବା, ଟିକା ନେଇଥିବା ହିତାଧିକାରୀଙ୍କଠାରେ ଯଦି ଏହି ଲକ୍ଷଣ ଦେଖାଯାଏ ତାହେଲେ ବିଭାଗକୁ ଜଣାଇବା ସହିତ ଚିକିତ୍ସା କରିବା ଜରୁରୀ ବୋଲି କୁହାଯାଇଛି। ତେଣୁ ଟିଟିଏସ୍ ପାଇଁ ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନରେ ଜନସଚେତନତା ବଢ଼ାଇବାକୁ ନିର୍ଦେଶ ଦିଆଯାଇଛି।
Follow Us