ଖାଲି ପଡ଼ିଥିବା ଜମିରେ ଚାରାରୋପଣ ପାଇଁ ପରାମର୍ଶ

Advertisment
ଓଡ଼ିଶାରେ ଆବାସ ନିର୍ମାଣ, ବନୀକରଣ ଲକ୍ଷ୍ୟ ସନ୍ତୋଷଜନକ ନୁହେଁ: କେନ୍ଦ୍ର

moneycontrol.com

ଭୁବନେଶ୍ବର : ରାଜ୍ୟରେ ଖାଲି ପଡ଼ିଥିବା ଜମିରେ ଚାରାରୋପଣ କରାଯାଇ ଫଳ ବଗିଚା କରିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ରାଜ୍ୟରେ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଗୁଣାତ୍ମକ ଚାରା ଉତ୍ପାଦନ ଓ ଯୋଗାଣ ନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏସଂକ୍ରାନ୍ତରେ କୃଷି ଭବନରେ କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଘରୋଇ ଚାରା ଉତ୍ପାଦନକାରୀ ସଂସ୍ଥାମାନଙ୍କଠାରୁ ବିଭାଗ ଆବଶ୍ୟକ ମୁତାବକ ଉନ୍ନତମାନର ଚାରା ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ କିଣିବା ପାଇଁ ପ୍ରସ୍ତାବ ରଖିଥିଲେ।

ଘରୋଇ ଚାରା ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହଭାଗିତାରେ ରାଜ୍ୟରେ ଚାରାରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେବା ନେଇ ଆଲୋଚନା ହୋଇଥିଲା। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ରାଜ୍ୟରେ ଥିବା ପୁରୁଣା କାଜୁ ବଗିଚାର ପୁନରୁଦ୍ଧାର କରାଯିବ। ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏଥି ନିମନ୍ତେ ନୂତନ କାଜୁଚାରାର ଆବଶ୍ୟକତା ରହିଛି। ବିଭାଗ ଦ୍ୱାରା ନୂତନ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ଡ. ପାଢ଼ୀ କହିଥିଲେ।

ଢେଙ୍କାନାଳରେ ଥିବା ମ୍ୟାଙ୍ଗୋ ହବ୍‌ର ପୁନରୁଦ୍ଧାର ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହ ଘରୋଇ ଭାଗୀଦାରିତାରେ ଏହାର ନବଉନ୍ମେଷ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଥିଲେ। ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ନିର୍ଦ୍ଦେଶାଳୟ ଦ୍ୱାରା ଗୁଣାତ୍ମକ ଚାରାରୋପଣ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଘରୋଇ ଚାରା ଉତ୍ପାଦନକାରୀ ସଂଘର କର୍ମକର୍ତ୍ତା ଓ ଚାରା ଉତ୍ପାଦନକାରୀ ବ୍ୟବସାୟୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe