କୋରାପୁଟରେ ବିଧାନସଭା ଷ୍ଟାଣ୍ଡିଂ କମିଟି: ପର୍ଯ୍ୟଟନକୁ ବିକାଶ କରିବାକୁ ପରାମର୍ଶ

Advertisment
କୋରାପୁଟରେ ବିଧାନସଭା ଷ୍ଟାଣ୍ଡିଂ କମିଟି: ପର୍ଯ୍ୟଟନକୁ ବିକାଶ କରିବାକୁ ପରାମର୍ଶ

କ‌ୋରାପୁଟ: ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ପ୍ରତିନିଧି ମଣ୍ଡଳୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାରେ କୋରାପୁଟ ଜିଲ୍ଲାରେ ପହଞ୍ଚିଥିଲେ। କମିଟି ପ୍ରଥମେ ସଦଭାବନା ସଭାଗୃହଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସଂପୃକ୍ତ ବିଭାଗୀୟ କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲାପାଳ ଅଦ୍ଦାଲ ଏମ.ଅଖତର ଓ ଏସପି ବରୁଣ ଗୁଣ୍ଟୁପାଲିଙ୍କ ସହିତ ଆଲୋଚନା କରିଥିଲେ। ଏହି କମିଟିରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ‌ୋ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଓ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ ଏବଂ ପଟାଙ୍ଗୀ ବିଧାୟକ ପିତମ ପାଢୀ ପ୍ରମୁଖ କମିଟିରେ ରହିଛନ୍ତି।

ସରକାରୀ ନିୟମ ଅନୁସାରେ ଲୋକପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ସମନ୍ବୟ ରହିଛି କି ନାହିଁ  ତାହା ଏହି ତାହା ଦେଖିବାକୁ ଏହି ଟିମ୍‌ ଆସିଥିଲା। ଜିଲାରେ ଚାଷୀମାନଙ୍କ ପାଇଁ କାର୍ଯ୍ୟ କାରୀ ହେଉଥିବା ବିଭିନ୍ନ ଯୋଜନା, ବୀମା ସୁବିଧା, ଧାନକ୍ରୟ ବ୍ୟବସ୍ଥା, ଚାଷୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା, ଚାଷୀମାନଙ୍କ ସମସ୍ୟା ଓ ପର୍ଯ୍ୟଟନ ଉପରେ ଗୁରୁତ୍ବାରୋପ କରିଥିଲେ। ସେହିପରି କୋରାପୁଟ ଜିଲ୍ଲାରେ ବୁଣାକାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ଯୋଜନା,ତନ୍ତଶାଳା ପାଇଁ ସରକାରୀ ସହାୟତା,ବୁଣାକାର ସମବାୟ ସମିତିମାନଙ୍କୁ ଆର୍ଥିକ ସହାୟତା, ବୁଣାକାରଙ୍କୁ ଇନଭର୍ଟର ପ୍ରଦାନ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ କିମିଟିକୁ ପ୍ରଦାନ କରାଯାଇଥିବା ତଥ୍ୟକୁ ନେଇ କମିଟି ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି।

ଏନେଇ ବିଧାୟକ ତଥା ଅମର ଶତପଥୀ କହିଛନ୍ତି ଯେ ବିଧାନସଭା ଷ୍ଟାଣ୍ଡି କମିଟି ‌ବିଧାନସଭା ମଧ୍ୟରେ ଆଲୋଚନା କରେନା, ଜିଲ୍ଲାକୁ ଜିଲ୍ଲାବୁଲି ଲୋକ ପ୍ରତିନିଧି-ପ୍ରଶାସନ ମଧ୍ୟରେ ଠିକ ଚାଲିଛି କି ନାହିଁ ଆଲୋଚନା କରିଛନ୍ତି। କାର୍ଯ୍ୟ କରିବାକୁ ପ୍ରଶାସନଠାରୁ ଲୋକପ୍ରତିନିଧିମାନଙ୍କୁ ଠିକ ଠିକ୍‌ ସୂଚନା ମିଳୁଛି କି ନାହିଁ ତାହା ବୁଝିଥିଲୁ। ଏହାସହ ଜିଲ୍ଲାରେ ପର୍ଯ୍ୟଟନ୍‌ ସହ ବିଭିନ୍ନ ଯୋଜନା, ବୀମା ସୁବିଧା, ଧାନକ୍ରୟ ବ୍ୟବସ୍ଥା, ଚାଷୀଙ୍କୁ ଋଣ ପ୍ରଦାନ ବ୍ୟବସ୍ଥା, ଚାଷୀମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପ୍ରଶାସନ ଦେଇଥିବା ତଥ୍ୟ ଠିକ୍‌ ରହିଛି ବୋଲି ସେ କହିଛନ୍ତି।

 ଏହି ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, କୋଟପାଡ ବିଧାୟକ ପଦ୍ମୀନି ଦିଆନ୍‌ ଓ ପଟାଙ୍ଗୀ ବିଧାୟକ ପିତମ ପାଢୀ ଉପସ୍ଥିତ ରହିଥିଲେ। ଜିଲ୍ଲାର ସମସ୍ତ ବ୍ଲକର ବିଡିଓ, ପୌରା ନିର୍ବାହୀ ଅଧିକାରୀ, ତହସିଲଦାର ସହ ବହୁ ଏକାଧିକ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe