୧୨ ହଜାର ଗାଁକୁ ବାଲ୍ୟ ବିବାହ ମୁକ୍ତ କଲା ‘ଅଦ୍ବିକା’: ଉନ୍ମୋଚିତ ହେଲା ଆପ୍‌

Advertisment
ଏନସିଆରବି ରିପୋର୍ଟ ତଥ୍ୟ: ଦୁଇ ବର୍ଷରେ ବାଲ୍ୟ ବିବାହ ୫୦% ବୃଦ୍ଧି

iPleaders

ଭୁବନେଶ୍ବର: ଅଦ୍ବିକା କାର୍ଯ୍ୟକ୍ରମ ମାଧ୍ୟମରେ ଗତ ଗୋଟିଏ ବର୍ଷ ମଧ୍ୟରେ ୧୭୩୭ ବାଲ୍ୟ ବିବାହ ରୋକାଯିବା ସହିତ ୧୨ ହଜାର ଗାଁକୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବରେ ଘୋଷଣା କରାଯାଇଛି। ଅଦ୍ୟବିଧି ବାଲ୍ୟ ବିବାହରୁ ଉଦ୍ଧାର କରାଯାଇଥିବା ୧୭ରୁ ୧୯ ବର୍ଷର ୧୩ ହଜାର ୬୧୪ ଜଣ କିଶୋର-କିଶୋରୀଙ୍କୁ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, କୌଶଳ ମିସନ ଜରିଆରେ ସ୍ବାବଲମ୍ବୀ କରାଯାଇଛି। ମହିଳା-ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅଦ୍ବିକା ଆପ୍‌ର ଉନ୍ମୋଚନ ଅବସରରେ ଏହି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ସଶକ୍ତ ହେଲେ ୨୦୩୦ ସୁଦ୍ଧା ଓଡ଼ିଶା ବାଲ୍ୟ ବିବାହ ମୁକ୍ତ ହୋଇ ପାରିବ ବୋଲି କହିଛନ୍ତି ମହିଳା-ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ।

ସେ କହିଛନ୍ତି, ୨୦୨୦ ମସିହା ଅକ୍ଟୋବରରେ ଏହାର ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ କିଶୋର-କିଶୋରୀଙ୍କୁ ସାମିଲ କରାଯାଇଛି। ଯେଉଁଥିରେ ସେମାନଙ୍କ ଦକ୍ଷତା ଶିକ୍ଷା, ଜୀବନ କୌଶଳ ଆଦିରେ ଉନ୍ନତି ହୋଇ ପାରିଛି। ଆଗାମୀ ଦିନରେ କିଶୋରମାନଙ୍କ ବିକାଶ ପାଇଁ ମିସନ ପୋଷଣ, ମିଶନ ଶକ୍ତି, ମିସନ ବାତ୍ସଲ୍ୟ ଭଳି ଯୋଜନା ପ୍ରସ୍ତୁତ ହୋଇଥିବା ବିଭାଗୀୟ କମିସନର ଭାସ୍କର ଜ୍ୟୋତି ଶର୍ମ କହିଛନ୍ତି। କାର୍ଯ୍ୟକ୍ରମରେ ନିର୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ ସ୍ବାଗତ ଭାଷଣ ଦେଇଥିଲେ। ଏଥିରେ ୟୁନିସେଫ ଭାରତର ୟୁଓ୍ବାହ ମୁଖ୍ୟ ଧୂଓ୍ବାରାଖା ଶ୍ରୀରାମ, ମାଇକ୍ରୋସଫ୍ଟ ଫିଲାନଥ୍ରୋପିର ନିର୍ଦେଶକ ମଞ୍ଜୁ ଦାସମାନା ମଧ୍ୟ ବକ୍ତବ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe