କୁଚିଣ୍ଡାରେ ଅଦ୍ବିକା ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟ କୁଚିଣ୍ଡା ତରଫରୁ ଅଦ୍ବିକା ପ୍ରତିଭା ଚୟନ କାର୍ଯ୍ୟକ୍ରମ ସିଡିପିଓ କୁଚିଣ୍ଡା ରାଜଶ୍ରୀ ପରିଡାଙ୍କ ତତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ଡ଼ଃ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ...

Advika Talent Hunt event held in Kuchinda

Advika Talent Hunt event held in Kuchinda Photograph: (sambad.in)

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟ କୁଚିଣ୍ଡା ତରଫରୁ ଅଦ୍ବିକା ପ୍ରତିଭା ଚୟନ କାର୍ଯ୍ୟକ୍ରମ ସିଡିପିଓ କୁଚିଣ୍ଡା ରାଜଶ୍ରୀ ପରିଡାଙ୍କ ତତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ଡ଼ଃ ଗୈାରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂଯୋଜିକା ସମ୍ବଲପୁର ସୁନିତା ତ୍ରୀପାଠୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଦେହୁରୀ, କାର୍ଯ୍ୟକ୍ରମ ଅଧିକାରୀ କୁଚିଣ୍ଡା ସୁନିତା ପୁରୋହିତ,ଓଏଲ ଏମ ବ୍ଳକ ମିଶନ ପରିଚାଳିକା ବିଲାସି ଖାଲଖୋ ପ୍ରମୁଖ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ସ୍ବାଗତ ଅଭିଭାଷଣ ମହିଳା ପରିଦର୍ଶୀକା ଯମୁନା ବାଘ ରଖିଥିବାବେଳେ,ମହିଳା ପରିଦର୍ଶୀକା ଜ୍ୟୋତି ମିଶ୍ର ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ,ରଙ୍ଗୋଲି, ବକ୍ତୃତା, ଗୀତ ତଥା ନାଚ ଇତ୍ୟାଦି ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରାଯାଇଥିଲା। କିଶୋର କିଶୋରୀଙ୍କ ପ୍ରତିଭାକୁ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ।

ଅଧିକ ପଢ଼ନ୍ତୁ: ନିଯୁକ୍ତି ମେଳା: ୫ ବିଭାଗରେ ୮୧୨ ଜଣଙ୍କୁ ନିଯୁକ୍ତି ପତ୍ର

ଜିଲ୍ଲା ସଂଯୋଜିକା ସମ୍ବଲପୁର ସୁନିତା ତ୍ରିପାଠୀ ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ କରିବା ସହ ଶିକ୍ଷାର ପ୍ରାଧାନ୍ୟ ଉପରେ ଗୁରୁତ୍ବ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରତିଯୋଗୀମାନଙ୍କୁ ଉପଜିଲ୍ଲାପାଳ ପୁରସ୍କୃତ କରିଥିଲେ।

ବ୍ଲକ ମିସନ ଶକ୍ତି ଫେଡେରେସନ୍‌ର ସଭାନେତ୍ରୀ ରମିତା ଚୌଧୁରୀ ଓ ସଂପାଦୀକା ରଶ୍ମିତା ସାହୁ ଖାଦ୍ୟ ଓ ପାନୀୟ ଜଳ ବିତରଣରେ ସହଯୋଗ କରିଥିବାବେଳେ, ମହିଳା ପରିଦର୍ଶୀକା କଳ୍ପନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: କହିଲେ ଗୋଟେ କଲେ ଗୋଟେ... ମହିଳାଙ୍କୁ ଠକିଦେଲେ କି ଦିଲ୍ଲୀ ସରକାର ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe