କୋଭିଡ-୧୯ ପାଇଁ ଔଷଧ ବ୍ୟବହାରକୁ ନେଇ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

Advertisment
କୋଭିଡ-୧୯ ପାଇଁ ଔଷଧ ବ୍ୟବହାରକୁ ନେଇ ଆଡଭାଇଜରି ଜାରି କଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର: ଦେଶ ଏବେ କରୋନା ଭୂତାଣୁ ସହ ଲଢେଇ କରୁଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଏବେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି| କରୋନା ଭଳି ମାରତ୍ମକ ଭୂତାଣୁ ସହ ଲଢ଼ିବା ପାଇଁ କୌଣସି ଟୀକା ଏଯାବତ୍‌ ବାହାରି ପାରି ନ ଥିବା ବେଳେ ଏହି ରୋଗର ଚିକିତ୍ସା ପାଇଁ ଔଷଧ ଭାବେ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବ୍ୟବହାର କରାଯାଉଛି | ତେବେ, ଏହି ଔଷଧକୁ  କିଛି ଲୋକ ଏବେ କରୋନାର ପ୍ରତିଷେଧକ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।  ଏ ପରିସ୍ଥିତିରେ ସରକାର ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଏହି ଭ୍ରାନ୍ତ ଧାରଣାକୁ ଦୂର କରି ସେମାନଙ୍କୁ ସତର୍କ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏକ ଉପଦେଶାବଳୀ ଜାରି କରାଯାଇଛି |

ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ, ବିନା ପ୍ରେସ୍କ୍ରିପସନରେ କୌଣସି ପ୍ରକାରର ଔଷଧ ନ ଖାଇବା ସହ ଡାକ୍ତରଙ୍କ ପ୍ରେସ୍‌ସ୍କ୍ରିପସନ୍‌ ବିନା ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି | କରୋନା ସନ୍ଦିଗ୍ଧ ବା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଯେଉଁମାନଙ୍କର ନମୁନା ଲାବୋରେଟୋରିରେ ପରୀକ୍ଷା ହେବା ପରେ ପଜିଟିଭ ଆସିଛି, କେବଳ ସେହିମାନେ ହିଁ ଡାକ୍ତରଙ୍କ ପ୍ରେସ୍‌ସ୍କ୍ରିପସନ୍‌ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ଖାଇ ପାରିବେ | ସେହିପରି ଉଚ୍ଚ ରକ୍ତଚାପ ବା ମଧୁମେହ ପରି ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ରୋଗୀମାନେ  ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ଟାବଲେଟର ବ୍ୟବହାର କରିପାରିବେ ନାହିଁ। ଏଥିସହ ହାଇଡ୍ରୋ‌କ୍ସିକ୍ଲୋରୋକୁଇନର ଅନେକ ପାର୍ଶ୍ବ ପ୍ରତିକ୍ରିୟା ବି ରହିଛି । ଅନେକ କ୍ଷେତ୍ରରେ ଏହା ପ୍ରାଣଘାତକ ସାବ୍ୟସ୍ତ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ, କେବଳ ମାତ୍ର ଡାକ୍ତରଖାନା ବା ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ ହିଁ ଡାକ୍ତରଙ୍କ ପରାମର୍ଶରେ ଏବଂ ଡାକ୍ତରଙ୍କ ତତ୍ତ୍ବାବଧାନରେ ହାଇଡ୍ରୋ‌କ୍ସିକ୍ଲୋରୋକୁଇନ୍ ବ୍ୟବହାର କରିପାରିବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ଦର୍ଶାଯାଇଛି।

ଯଦି କେହି ବେଆଇନ ଭାବେ ବା ଡାକ୍ତରଙ୍କ ପ୍ରେସ୍‌ସ୍କ୍ରିପସନ୍‌ ବିନା ଏହାକୁ ବିକ୍ରି କରୁଛନ୍ତି ତେବେ ତାଙ୍କ ବିରୋଧରେ ଡ୍ରଗ୍ ଏବଂ କସମେଟିକ୍ସ ଆକ୍ଟ, ୧୯୪୦ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe