ଏଣିକି ରାଜଧାନୀର ଏହି ୬ଟି ରାସ୍ତାରେ ବେଆଇନ ପାର୍କିଂ କଲେ ମୋଟାଅଙ୍କର ଜରିମାନା

Advertisment
ଏଣିକି ରାଜଧାନୀର ଏହି ୬ଟି ରାସ୍ତାରେ ବେଆଇନ ପାର୍କିଂ କଲେ ମୋଟାଅଙ୍କର ଜରିମାନା

ଭୁବନେଶ୍ୱର: ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଓ ୨୯ ତଥା ଭୁବନେଶ୍ୱର-କଟକ ପୁଲିସ କମିସନ୍‌ରେଟ ଟ୍ରାଫିକ୍‌ ରୁଲ ୨୦୦୮ ଧାରା ୨୯ରୁ ୨୧ ଅନୁସାରେ ସହରରେ ବେଆଇନ ପାର୍କିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧୀରେଧୀରେ ଅଧିକ କଡ଼ା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

କମିସନରେଟ୍ ପୁଲିସ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାଜଧାନୀର ଜନଗହଳି ଥିବା ରାସ୍ତାରେ ବେନିୟମ ଭାବେ ଗାଡ଼ି ପାର୍କିଂ ନ କରିବାକୁ କୁହାଯାଇଛି । ଏହାର ଖିଲାପ ହେଲେ ମୋଟରଯାନ ଆଇନ ୨୦୧୯ ଧାରା ୧୮୮ ଅନୁସାରେ ପାଞ୍ଚଶହ ଟଙ୍କା ଜରିମାନା ଦେବାକୁ ହେବ ଓ ଏଥିସହ କ୍ରେନ୍‌ ବ୍ୟବହାର ହେଲେ ସେ ବାବଦୀୟ ଖର୍ଚ୍ଚ ମୋଟରଯାନ ଆଇନର ଧାରା ୧୨୭ ଅନୁସାରେ ଭରଣା କରିବାକୁ ହେବ ବୋଲି କମିସନରେଟ୍ ପୁଲିସ୍ ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ନିମ୍ନଲିଖିତ ରାସ୍ତାରେ ଏହି ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ:

୧. ରାଜଭବନ ଛକରୁ କଳାରାହଙ୍ଗ ଛକ
୨. ଏୟାରପୋର୍ଟରୁ ନାଲକୋ ଛକ
୩. ଶିଶୁଭବନ ଛକରୁ ବାଣୀବିହାର
୪. ରସୁଲଗଡ଼ ଛକରୁ ଜୟଦେବ ବିହାର
୫. ଶ୍ରୀୟା ଛକରୁ ପି.ଏଚ.ଡି କାର୍ଯ୍ୟାଳୟ
୬. ବାପୁଜୀନଗର

ଗତ ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇଯାଇଥିଲା। ଏହି ନିୟମ ଅନୁଯାୟୀ ବିନା ହେଲମେଟରେ, ବିନା ଲାଇସେନ୍‌ସ୍‌ରେ, ସିଟ ବେଲଟ ନ ବାନ୍ଧି ଚାରିଚକିଆ ଗାଡ଼ି ଚଳାଇଲେ ମୋଟା ଅଙ୍କର ଜରିମାନା ରାଶି ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe