ନୟାଗଡ଼ ଜିଲ୍ଲାରେ ଓକିଲଙ୍କ କାର୍ଯ୍ୟବନ୍ଦ

Advertisment
ନୟାଗଡ଼ ଜିଲ୍ଲାରେ ଓକିଲଙ୍କ କାର୍ଯ୍ୟବନ୍ଦ

ନୟାଗଡ଼ : ଓକିଲଙ୍କୁ ମହିଳା କୋର୍ଟ ବିଚାରପତିଙ୍କ ଦୁର୍ବ୍ୟବହାର ଅଭିଯୋଗ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାର ପ୍ରତିବାଦରେ ମହିଳା କୋର୍ଟରେ କିଛି ଦିନ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ନୟାଗଡ଼ ଜିଲ୍ଲା ଓକିଲ ସଂଘ ଆଜି ଠାରୁ ଜିଲ୍ଲାରେ ଅନିର୍ଦିିର୍ଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା ଦେଇଛି। ଜିଲ୍ଲାର ସମସ୍ତ ଓକିଲ ସଂଘ, ଜିଲ୍ଲା ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ୍‌ ହୋଇଛନ୍ତି। ଜିଲ୍ଲା ସଂଘର ଆହ୍ଵାନକ୍ରମେ ଜିଲ୍ଲା କୋର୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କୋର୍ଟ ଓ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟକୁ ଓକିଲମାନେ ବର୍ଜନ କରିଛନ୍ତି। ମହିଳା ବିଚାରପତିଙ୍କ ବଦଳି ଓ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe