୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

Advertisment
୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ

ପାଟଣାଗଡ଼: ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡ଼ିଛି।
ଯନ୍ତ୍ରୀ ସୁଜିତ ପାଢୀ ନିଜ ଅଫିସରେ ବସିଥିଲେ। ଯନ୍ତ୍ରୀ ସୁଜିତ କୁମାର ପାଢୀ ଉକ୍ତ ଠିକାଦାରଙ୍କଠାରୁ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଠିକାଦାରଙ୍କ ବିଲ୍ ପାସ୍ କରାଇବା ପାଇଁ ତାଙ୍କଠାରୁ ୫୦ ହଜାର ଟଙ୍କା  ଅଗ୍ରୀମ ନେଉଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ପାଢୀ।

ତେବେ ୫୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ତୁରନ୍ତ ତାଙ୍କ ପ୍ରକୋଷ୍ଠକୁ ଯାଇ ଧରିଥିଲା। ଭିଜିଲାନ୍ସ ଉକ୍ତ ୫୦ ହଜାର ଟଙ୍କା ଓ ତାଙ୍କ ଅଫିସରୁ କିଛି କାଗଜପ୍ରତ୍ର ନେବା ସହ ତାଙ୍କୁ ବଲାଙ୍ଗୀର ନେଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe