ବ୍ରହ୍ମପୁର : ଅଧା କିଲୋ ଅଫିମ ଜବତ, ମହିଳା ଗିରଫ

Advertisment
ବ୍ରହ୍ମପୁର : ଅଧା କିଲୋ ଅଫିମ ଜବତ, ମହିଳା ଗିରଫ

ବ୍ରହ୍ମପୁର : ଅଫିମ କାରବାର କରୁଥିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପୁଲିସ ଆଜି ଜଣେ ମହିଳାଙ୍କୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟରୁ ଗିରଫ କରିଛି। ସେ ହେଲେ ଉକ୍ତ ଅଂଚଳ ବାସିନ୍ଦା ଅଚ୍ୟୁତାନନ୍ଦ ପଣ୍ଡାଙ୍କ ପତ୍ନୀ ସାବିତ୍ରୀ ପଣ୍ଡା (୪୨)। ତାଙ୍କ ଠାରୁ ଅଧା କିଲୋ (୫ଶହ ଗ୍ରାମ) ଓଜନର ଅଫିମ୍ ଭର୍ତ୍ତି ଏକ ବ୍ୟାଗ୍‌ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ସୂଚନା ‌ଦେଇଛନ୍ତି।

publive-image

ଖବର ଅନୁଯାୟୀ ଅଭିଯୁକ୍ତ ମହିଳା ଜଣଙ୍କ ଭେଜିପୁଟ ଅଂଚଳରେ ବେଆଇନ ଭାବେ ଅଫିମ କାରବାର ଚଳାଇଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ଏକ ଟିମ୍ ସୋମବାର ସକାଳେ ସେହି ଅଂଚଳରେ ପହଁଚି ଛକି ରହି ଉକ୍ତ ମହିଳାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ଏକ ବ୍ୟାଗ୍‌ ଧରି ସେ ଅପେକ୍ଷାରତ ଥିବା ବେଳେ ଅବକାରୀ ଟିମ୍‌ ଚଢ଼ଉ କରିଥିଲା। ସେ ଧରିଥିବା ବ୍ୟାଗ୍‌ ଯାଞ୍ଚ କରିବାରୁ ସେଥିରେ ଅଫିମ ଭର୍ତ୍ତି ହୋଇଥିବା ବେଳେ କୌଣସି ଜଣେ ବେପାରୀଙ୍କୁ ଦେବାପାଇଁ ଆଣିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ କେଉଁ ସ୍ଥାନରୁ ଏହି ଅଫିମ ଆଣିଲେ, ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅବକାରୀ ଟିମ୍‌ ତନାଘନା ଜାରି ରଖିଛି। ଚଢ଼ଉ କରିଥିବା ଟିମ୍‌ରେ ଅବକାରୀ ଏସ୍‌ଆଇ ବିଶ୍ୱଜିତ ଦାସ, ଏଏସ୍‌ଆଇ ବ୍ରଜ ନାୟକ ପ୍ରମୁଖ ସାମିଲ୍‌ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe